Report Card Odisha

| Daily Odia News

ଓଲଟିଲା ପିକ୍ ଅପ୍ ଭ୍ୟାନ୍, ଜଣେ ମୃତ,୩ ଗୁରୁତର….

ରିପୋର୍ଟ କାର୍ଡ / ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ବୁଢିପଦର ଗାଁ ନିକଟରେ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି | ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦର ଗାଁର ଏକ ପରିବାର ମୋଦିବାହାଲ ବ୍ଲକର ସିଲେଟପଡ଼ା ଗାଁକୁ ଭୋଜି ଖାଇବାକୁ ଯାଇଥିଲେ। ସନ୍ଧ୍ୟାରେ ସେମାନେ ଏକ ପିକଅପ୍ ଭ୍ୟାନ୍ ଯୋଗେ ଗାଁକୁ ଫେରୁଥିଲେ। ହେଲେ ବୁଢିପଦର ଗାଁ ନିକଟରେ କୌଣସି କାରଣରୁ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇ ସିନ୍ଧେକେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଛି। ଏନେଇ ସିନ୍ଧେକେଲା ଥାନାରେ ଏକ ମାମଲା ରୁଜୁ ହେବା ସହିତ ଘଟଣାର ତଦନ୍ତ ଚାଲିଛି।

Breaking News