ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଅଫିସରେ ସିବିଆଇ ରେଡ୍ କରିଛି। ଏନେଇ ନିଜେ ସିସୋଦିଆ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଆଇ ଆଜି ପୁଣି ରେ ମୋ ଅଫିସ୍ରେ ରେଡ୍ କରିଛି। ମୁଁ ସେମାନଙ୍କୁ ସ୍ୱାଗତ କରୁଛି। ସେମାନେ ମୋ ଘର ମଧ୍ୟ ଯାଞ୍ଚ କରିଛନ୍ତି। ଅଫିସରେ ଛାନଭିନ୍ କରିବା ସହ ମୋ ଲକର ମଧ୍ୟ ସର୍ଚ୍ଚ କରିଛନ୍ତି । ଏମିତିକି ସେମାନେ ମୋ ଗାଁରେ ମଧ୍ୟ ତଦନ୍ତ କରିଛନ୍ତି। କିନ୍ତୁ ସେମାନେ ମୋ ବିରୋଧରେ କିଛି ପ୍ରମାଣ ପାଇ ନାହାନ୍ତି। ସେମାନେ ମଧ୍ୟ କିଛି ପାଇବେ ନାହିଁ। ମୁଁ କୌଣସି ଭୁଲ କରି ନାହିଁ | ଉଲ୍ଲେଖ ଯୋଗ୍ୟ- ଦିଲ୍ଲୀରେ ୧୦ ହଜାର କୋଟି ଟଙ୍କାର ଏହି ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଆଗରୁ ଥରେ ଜେରା କରିଛି। ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..