ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିିକଙ୍କ ପୁଅ ଗିରଫ ହୋଇପାରନ୍ତି। ମୁମ୍ବାଇର କୁର୍ଲା ପୋଲିସ ଏହି ପୂର୍ବତନ ମନ୍ତ୍ରୀଙ୍କ ପୁଅ ଫରାଜ ମଲିକଙ୍କ ବିରୋଧରେ ଠକେଇ ଓ ଜାଲିଆତି ମାମଲା ରୁଜୁ ହୋଇଛି । ପୋଲିସ ସୂଚନା ମୁତାବକ, ନବାବ ମଲିକଙ୍କ ପୁଅ ଫରାଜ ଜଣେ ଫରାସୀ ମହିଳାଙ୍କ ଭିସା ଅବଧି ବଢ଼ାଇରେ ସାହାଯ୍ୟ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ୪୨୦, ୪୫୬, ୪୬୮, ୩୪ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ୨୦୨୨ ମାର୍ଚ୍ଚ ୨ ରୁ ଜୁନ୍ ୨୦୨୨ ମଧ୍ୟରେ ନକଲି ଦସ୍ତାବିଜ ତିଆରି କରାଯାଇଥିଲା। ଏହି ଦସ୍ତାବିଜର ହେରଫେର ୨୦୨୦ରେ ହୋଇଥିଲା। ଏନେଇ ସ୍ୱତନ୍ତ୍ର ଶାଖା ଅଧିକାରୀଙ୍କ ଅଭିଯୋଗରେ କୁର୍ଲା ପୋଲିସ ନିକଟରେ ଏକ ମାମଲା ରୁଜୁ ହୋଇଛି। ଫାରାଜ ଏବଂ ହାମଲିନ (ଫରାସୀ ମହିଳା) ଙ୍କ ବ୍ୟତୀତ ଅନ୍ୟ କେତେକ ଲୋକଙ୍କ ବିରୋଧରେ ମଧ୍ୟ ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….