ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ ଘଟିଛି । ୟୁକ୍ରେନର ରାଜଧାନୀ କିବ୍ ବାହାରେ ଥିବା ଏକ କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ମିଳିଥିବା ସୂଚନା ଅନୁସାରେ- ଘଟଣାଟି ବ୍ରୋବେରୀରେ ଥିବା କିଣ୍ଡରଗାର୍ଡେନ ନିକଟରେ ଘଟିଛି। ସମୁଦାୟ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିରସ୍କିଙ୍କ ସହ କିଣ୍ଡରଗାର୍ଡେନର ୨ଶିଶୁ ଓ କିଛି କର୍ମଚାରୀ ରହିଛନ୍ତି। ହେଲିକପ୍ଟରଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନାହିଁ।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..