Report Card Odisha

| Daily Odia News

ସରକାରଙ୍କ କୃପାପାତ୍ର ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। କଷ୍ଟ ସହି କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି। ଉପକାରୀଙ୍କଠାରେ କୃତଜ୍ଞ ହେବେ। ଶାସ୍ତ୍ରମତ ସହ ନିଜ ବିବେକାନୁମୋଦିତ କାର୍ଯ୍ୟ କରିବେ।
ବୃଷ : ଦିନଟି ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଅସୂର୍ଯ୍ୟସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହୋଇପାରନ୍ତି। ସାମାନ୍ୟ ସୁସ୍ଥତା ଦେଖାଦେଇ ପାରେ। ସତର୍କରେ ଚଳିବାକୁ ପଡ଼ିବ।

ମିଥୁନ : ଆପଣଙ୍କ ଚକ୍ରବ୍ୟୂହରେ ପଡ଼ି ଶତ୍ରୁ ପରାଜିତ ହେବ। ଭ୍ରାତୃସ୍ନେହ ପରମ କଲ୍ୟାଣୀୟ ହେବ। ଋଣଦାତାଙ୍କ କୃପାରୁ କେବଳ ମୂଳେ ମୂଳେ ଋଣ ପରିଶୋଧ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।
କର୍କଟ : ଅଧ୍ୟାପନାର ପୂର୍ବ ପ୍ରସ୍ତୁତିସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ଧନାଗମ ମାତ୍ରାଧିକ ହୋଇପାରେ। ମନସ୍କାମନା ପୂରଣ ହେବ। ସଞ୍ଚାୟାଭିମୁଖୀ ହୋଇପାରନ୍ତି। ପତ୍ନୀଙ୍କ ମନରେ ଶ୍ରଦ୍ଧାର ଅଙ୍କୁରୋଦ୍‌ଗମ ହୋଇପାରେ।
ସିଂହ : ଚକ୍ରବର୍ତ୍ତୀ ସମ୍ରାଟ ଯୁଧିଷ୍ଠିରଙ୍କ ପରି ସତ୍ୟଧର୍ମ ପରାୟଣ ହୋଇପାରନ୍ତି। କଷ୍ଟ ସହି ଇଷ୍ଟ ପ୍ରାପ୍ତ ହେବେ। ବୟସ ବଢ଼ିବା ସହିତ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
କନ୍ୟା : ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିପାରେ। ଶ୍ରମଦାନର ପ୍ରତିଦାନ ପାଇ ଆର୍ଥିକ ଦୁଃସ୍ଥିତିରେ ସୁଧାର ଆଣିପାରନ୍ତି। ସରକାରଙ୍କ କୃପାପାତ୍ର ହେବେ। ଅଶାନ୍ତିରେ ପୂର୍ଣ୍ଣଚ୍ଛେଦ ପଡ଼ିବ।
ତୁଳା : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଧନାଗମ ହେବ। ବାକ୍‌ସଂଯମତା ପ୍ରାଣଶକ୍ତି ଓ ସ୍ମରଣଶକ୍ତିକୁ ଉଦ୍‌ଜୀବିତ କରି ରଖିବ। ବାସସ୍ଥଳୀରେ ଉତ୍ତମ ବାତାବରଣ ରହିବ।

ବିଛା : ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। ସରକାର ଓ ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ରୋଜଗାର ଊଣା ହେବ ନାହିଁ। ସୁଷମ ଖାଦ୍ୟ ଖାଇ, ଖୁଆଇ ଖୁସି ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ : ସାଧାନାରେ ସିଦ୍ଧିପ୍ରାପ୍ତ ପାଇଁ ଗିରିରାଜ ହିମାଳୟର ଆମନ୍ତ୍ରଣ ରକ୍ଷା କରିବାକୁ ପଡ଼ିବ। କାୟ ମନୋବାକ୍ୟରେ ଭଦ୍ରତା ଆଚରଣ କରିପାରନ୍ତି। ଭକ୍ତି, ରସ ଓ ପ୍ରେମର ଅଧିକାରୀ ହେବେ। ସତ୍‌କର୍ମରେ ଖର୍ଚ୍ଚ କରିବେ।
ମକର : ଜ୍ଞାନପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ ବିନା ଅସ୍ତ୍ରରେ ଶତ୍ରୁର ମୁକାବିଲା କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ସମ୍ମାନିତ ହେବେ।
କୁମ୍ଭ : ସେବା ଭାବନାର ଅଗ୍ରଗଣ୍ୟ ସାରଥୀ ହୋଇପାରନ୍ତି। ଆତ୍ମ ମୂଲ୍ୟାୟନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ସାଧନ କରିପାରନ୍ତି। ମାଟିରେ ରକ୍ତ ନିଗାଡ଼ି ଲେଖାରେ ରସ ସୃଷ୍ଟି କରିପାରନ୍ତି। କର୍ମତତ୍ପର ରହିବେ।

ମୀନ : ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକରି ଲୋକଙ୍କ ଆସ୍ଥାଭାଜନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କଷ୍ଟ ଉପାର୍ଜିତ କ୍ଷମତାର ବିକେନ୍ଦ୍ରୀକରଣ କରି ଲୋକପ୍ରିୟତା ଅର୍ଜନ କରିବେ। ଅର୍ଥାଗମ ହେବାର ସୂଚନା ମିଳୁଛି।

Breaking News