Report Card Odisha

| Daily Odia News

ପବନ ଖେଡାଙ୍କୁ ଗିରଫ କଲା ପୋଲିସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପିର ଅଭିଯୋରେ ଆସାମ ପୋଲିସ କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡାଙ୍କୁ ଗିରଫ କରିଛି। ଆଜି ଶ୍ରୀ ଖେଡା ଦଳୀୟ ନେତାଙ୍କ ସହ ଦିଲ୍ଲୀରୁ ରାୟପୁର ଯିବାର ଥିଲା। ସେ ବିମାନରେ ବସି ସାରିଥିଲେ ହେଁ ତାଙ୍କୁ ଲଗେଜ ଚେକିଂ ନାଁରେ ତଳକୁ ଓହ୍ଲାଇ ଦିଆଯାଇଥିଲା । ଏହାକୁ ନେଇ କଂଗ୍ରେସର ନେତାମାନେ ରନୱେରେ ଥିବା ବିମାନ ନିକଟରେ ବିକ୍ଷୋଭ ବି କରିଥିଲେ। ସେମାନେ ବିକ୍ଷୋଭ କରୁଥିବା ବେଳେ ଆସାମ ପୋଲିସର ଗୋଟିଏ ଟିମ ସେଠାରେ ପହଞ୍ଚି ପବନ ଖେଡାଙ୍କୁ ଗିରଫ କରିଛି। ଗିରଫ ପରେ ଖେଡାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟରେ ହାଜର କରାଯିବ। ସେଠାରୁ ତାଙ୍କୁ ପୋଲିସ ନିଜ ସହ ଆସାମ ନେବ ବୋଲି ଜଣାପଡ଼ିଛି। ଶ୍ରୀ ଖେଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିବାରୁ ବିଜେପି ତାଙ୍କ ଗିରଫଦାରୀ ଦାବି କରିଥିଲା। ଏପରି କି ବିଜେପିର ଜଣେ ଆସାମ ନେତା ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପବନ ଖେଡାଙ୍କ ନାଁରେ ଆସାମର ହାଫଲଙ୍ଗ ପୋଲିସ ଷ୍ଟେସନରେ ମାମଲା ହୋଇଥିଲା। ଏହାପରେ ଆଜି ଆସାମ ପୋଲିସ ଟିମ୍‌ ଦିଲ୍ଲୀ ଆସି ଶ୍ରୀ ଖେଡାଙ୍କୁ ଏୟାରପୋର୍ଟରୁ ଗିରଫ କରିଛି। ତେବେ ଏହାକୁ କଂଗ୍ରେସ ଗିରଦାରୀକୁ ଅସାମ୍ବିଧାନିକ ବୋଲି କହିଛି। ଛତିଶଗଡ଼ର ରାୟପୁରରେ କଂଗ୍ରେସ ସମାବେଶ କରିବାକୁ ଯାଉଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ କ୍ଷମତାସୀନ ବିଜେପି ଏପରି ଷଡ଼ଯନ୍ତ୍ର କରିଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

Breaking News