ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ‘ଆମ୍ ଆଦ୍ମୀ ପାର୍ଟି’ର ବାୱନା ୱାର୍ଡର କାଉନ୍ସିଲର୍ ପବନ ସେରାୱତ୍ ‘ଭାରତୀୟ ଜନତା ପାର୍ଟି’ରେ ଯୋଗ ଦେଇଛନ୍ତି। ‘ଷ୍ଟାଣ୍ଡିଙ୍ଗ୍ କମିଟି’ ନିର୍ବାଚନର କିଛି କ୍ଷଣ ପୂର୍ବରୁ ଉପରୋକ୍ତ କଥା ଘୋଷଣା କରାଯାଇଛି। ‘ବିଜେପି’ରେ ଯୋଗ ଦେବା ପରେ, ସେରାୱତ୍ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ନଗର ନିଗମ ଏମ୍ସିଡି ଗୃହରେ ଗୋଳମାଳ କରିବା ଲାଗି ତାଙ୍କୁ ବାଧ୍ୟ କରାଯାଇଥିଲା। ଏହାଛଡ଼ା, ‘ଆପ୍’ର ରାଜନୀତି ତାଙ୍କୁ ଅଣନିଃଶ୍ବାସୀ କରିପକାଉଛି ବୋଲି ସେ କହିଛନ୍ତି। ‘ବିଜେପି’ର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ସଚଦେବା ଏବଂ ସାଧାରଣ ସମ୍ପାଦକ ହର୍ଷ ମାଲହୋତ୍ରା ସେରାୱତ୍ଙ୍କୁ ଦଳର ଦିଲ୍ଲୀ ୟୁନିଟ୍ ଅଫିସ୍ରେ ସ୍ବାଗତ କରିଥିଲେ। ସେଠାରେ ‘ବିଜେପି’ର ଅନ୍ୟାନ୍ୟ ବହୁ ନେତା ମଧ୍ୟ ଉପସ୍ଥିତ ଥିଲେ। ନୂଆ ମେୟର୍ ନିର୍ବାଚିତ ହେବାର ଦିନକ ପରେ ଅର୍ଥାତ୍ ଗୁରୁବାର ଦିନ ମଧ୍ୟ ‘ଏମ୍ସିଡି’ ଗୃହରେ ‘ଆପ୍’ ଓ ‘ବିଜେପି’ ନେତାମାନେ ଗୋଳମାଳ କରି ସ୍ଲୋଗାନ୍ ଦେଇଥିଲେ। ତେଣୁ, ଗୃହକୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବୁଧବାର ରାତିଠାରୁ ଏହାକୁ ମିଶାଇ ‘ଏମ୍ସିଡି’ ଗୃହ ୯ଥର ମୁଲତବୀ ରଖାଗଲାଣି। ଭୋଟ୍ ସମୟରେ ମୋବାଇଲ୍ ଫୋନ୍ ସାଥିରେ ଆଣିବା ବିଷୟକୁ କେନ୍ଦ୍ର କରି ‘ବିଜେପି’ ଓ ‘ଆପ୍’ ସଦସ୍ୟମାନଙ୍କ ମଧ୍ୟରେ ମତପାର୍ଥକ୍ୟଜନିତ ବିଶୃଙ୍ଖଳା ଯୋଗୁଁ ଫେବ୍ରୁ୍ଆରି ୨୩ ତାରିଖ ଦିନ ବୈଠକ ଚାଲିବାର ୧ ଘଣ୍ଟା ମଧ୍ୟରେ ‘ଏମ୍ସିଡି’କୁ ମୁଲତବୀ ରଖାଯାଇଥିଲା।






More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..