ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ୍-ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂନର୍ବାର ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି । ଆମେରିକା ସହିତ ହୋଇଥିବା ପରମାଣୁ ଅସ୍ତ୍ର ରାଜିନାମାକୁ ରୁଷ୍ ବାତିଲ କରିବାର ଦିନକ ପରେ ପୁଟିନ ଏହି ଧମକ ଦେଇଛନ୍ତି । ପୁଟିନ କହିଛନ୍ତି ଯେ ଯୁଦ୍ଧ ଲାଗି ରୁଷ୍ ଅନ୍ୟ କୌଣସି ରାଷ୍ଟ୍ରର ସହାୟତା ନେବ ନାହିଁ । ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେଇ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡିକ ରୁଷ୍ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି । ଏପରିସ୍ଥଳରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡିକର ମିଳିତ ଆକ୍ରମଣକୁ ମୁକାବିଲା କରିବାରେ ରୁଷ୍ ବିଫଳ ହେବ । ଆଉ ନିଜକୁ ରକ୍ଷା କରିବା ଲାଗି ରୁଷ୍ ବାଧ୍ୟ ହୋଇ ପରମାଣୁ ଅସ୍ତ୍ର ପ୍ରେୟାଗ କରିବ ବୋଲି ପୁଟିନ କହିଛନ୍ତି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ନାଟୋର ପ୍ରତ୍ୟେକ ଇଞ୍ଚ ଅଞ୍ଚଳକୁ ସୁରକ୍ଷା ଦେବା ଲାଗି ସେ ପ୍ରତିଶ୍ରୁତିବଦ୍ଧ।






More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..