Report Card Odisha

| Daily Odia News

ପରମାଣୁ ଧମକ ଦେଲା ରୁଷ୍….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂନର୍ବାର ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି । ଆମେରିକା ସହିତ ହୋଇଥିବା ପରମାଣୁ ଅସ୍ତ୍ର ରାଜିନାମାକୁ ରୁଷ୍ ବାତିଲ କରିବାର ଦିନକ ପରେ ପୁଟିନ ଏହି ଧମକ ଦେଇଛନ୍ତି । ପୁଟିନ କହିଛନ୍ତି ଯେ ଯୁଦ୍ଧ ଲାଗି ରୁଷ୍‌ ଅନ୍ୟ କୌଣସି ରାଷ୍ଟ୍ରର ସହାୟତା ନେବ ନାହିଁ । ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେଇ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡିକ ରୁଷ୍‌ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି । ଏପରିସ୍ଥଳରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡିକର ମିଳିତ ଆକ୍ରମଣକୁ ମୁକାବିଲା କରିବାରେ ରୁଷ୍ ବିଫଳ ହେବ । ଆଉ ନିଜକୁ ରକ୍ଷା କରିବା ଲାଗି ରୁଷ୍ ବାଧ୍ୟ ହୋଇ ପରମାଣୁ ଅସ୍ତ୍ର ପ୍ର​‌େ​‌ୟାଗ କରିବ ବୋଲି ପୁଟିନ କହିଛନ୍ତି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ନାଟୋର ପ୍ରତ୍ୟେକ ଇଞ୍ଚ ଅଞ୍ଚଳକୁ ସୁରକ୍ଷା ଦେବା ଲାଗି ସେ ପ୍ରତିଶ୍ରୁତିବଦ୍ଧ।

Breaking News