Report Card Odisha

| Daily Odia News

ଆଜି କିଙ୍ଗ୍ ଚାର୍ଲସଙ୍କର ରାଜ୍ୟାଭିଷେକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ବ୍ରିଟେନର ନୂଆ ରାଜା କିଙ୍ଗ୍ ଚାର୍ଲସଙ୍କର ହେବ ରାଜ୍ୟାଭିଷେକ। ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କରିବେ ଚାର୍ଲସ । କିଙ୍ଗ୍ ଚାର୍ଲସ ତୃତୀୟ ବ୍ରିଟେନ ସହିତ ଅନ୍ୟ ୧୪ଟି ଦେଶର ୪୦ତମ ରାଜା ବନିବେ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ବଙ୍କିଙ୍ଗହମ୍ ପ୍ୟାଲେସ । ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ଏହି ପଦ କିଙ୍ଗ୍ ଚାର୍ଲସ ସମ୍ଭାଳିଥିଲେ । ମାତ୍ର ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇନଥିଲା । ଆଜି ଭାରତୀୟ ସମୟ ଅପରାହ୍ନ ୩ଟା ବେଳେ ବଙ୍ଗିହାମ ପ୍ୟାଲେସରୁ ଶୋଭାଯାତ୍ରାରେ ବାହାରିବେ କିଙ୍ଗ୍ ଚାର୍ଲସ ଓ ରାଣୀ କାମିଲା । ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚରେ ବସି ସେମାନେ ଯିବେ ୱେଷ୍ଟମିନଷ୍ଟର ଆବେକୁ। ଅପରାହ୍ନ ସାଢ଼େ ୩ଟା ବେଳକୁ ରାଜପରିବାର ସଦସ୍ୟ ଏବଂ ଅତିଥିଙ୍କ ଉପସ୍ଥିତିରେ ରାଜ୍ୟାଭିଷେକ କରିବେ ଆର୍କ ବିଶପ୍ । ଘଣ୍ଟାଏ ଧରି ଚାଲିବ ବିଭିନ୍ନ ରୀତିନୀତି। ସନ୍ଧ୍ୟା ୬ଟା ୪୫ରେ ରାଜପରିବାର ବକିଙ୍ଗହମ୍ ପ୍ୟାଲେସ ବାଲକୋନିରୁ ଜନତାଙ୍କୁ ଦେଖା ଦେବେ। ଦେଶ ବିଦେଶର ପ୍ରାୟ ୨ ହଜାର ଅତିଥି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାର ସିଧା ପ୍ରସାରଣ କରାଯିବ । ଏହି ଅବସରରେ ଭାରତ ତରଫରୁ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓ ତାଙ୍କ ପତ୍ନୀ ଯୋଗ ଦେବେ ବୋଲି ଜଣାଯାଇଛି। ସମାରୋହରେ ନିମନ୍ତ୍ରିତ ଭାରତୀୟଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ଅଭିନେତ୍ରୀ ସୋନମ କପୁର ମଧ୍ୟ ଅଛନ୍ତି। ସରକାରୀ ଭାବେ ଉପରାଷ୍ଟ୍ରପତି ଧନଖଡ଼ ଭାରତର ପ୍ରତିନିଧିତ୍ୱ କରିବେ। ସେ ତାଙ୍କ ପତ୍ନୀ ସୁଦେଶ ଧନଖଡ଼ ଙ୍କ ସହ ରାଜକୀୟ କାର୍ଯ୍ୟକ୍ରମ ପାଇଁ ଗୋଟିଏ ଦିନ ପୂର୍ବରୁ ଲଣ୍ଡନରେ ପହଞ୍ଚିଛନ୍ତି।

 

 

Breaking News