ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ନମିଳିବା ନେଇ ତାଙ୍କ ସମର୍ଥକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ | ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା। ଚର୍ଚ୍ଚା ହେଉଥିଲା କି ସୁଶାନ୍ତ ଦଳରୁ ଇସ୍ତଫା ଦେଇପାରନ୍ତି । ଏହି ଚର୍ଚ୍ଚାର ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ସୁଶାନ୍ତ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ମୁଁ ମନ୍ତ୍ରୀ ରେସ୍ରେ ନଥିବା ଜଣାଇଥିଲି। ମିଡିଆ ମୋ ନାଁରେ ଓଲଟପାଲଟ କଥା ପ୍ରଚାର କରୁଛି। ସେ କହିଛନ୍ତି, ମୁଁ ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲି। ମୁଁ ମନ୍ତ୍ରୀ ହେବା ପାଇଁ ଲବି କରି ନଥିଲି। ଯଦି ମୁଁ ମନ୍ତ୍ରୀ ହେବା ପାଇଁ ଲବି କରିଥା’ନ୍ତି, ତାହାହେଲେ ୨୨ ତାରିଖରେ ଶପଥ ଗ୍ରହଣ ଥିବା ସତ୍ତ୍ୱେ ମୁଁ ଦିଲ୍ଲୀ ଯାଇ ନଥାନ୍ତି। କିଏ କ’ଣ ହେବ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ମୁଁ ଦିଲ୍ଲୀରୁ ୨୦ ତାରିଖରେ ଫେରିଥିଲି। ମୋ ପ୍ରୋଗାମ ଥିବାରୁ ମୁଁ ବରପାଲି ପଳାଇଥିଲି। ମୁଖ୍ୟମନ୍ତ୍ରୀ ଡାକିବାରୁ ମୁଁ ଗତକାଲି ତାଙ୍କୁ ଭେଟିଥିଲି।। ଗଣମାଧ୍ୟମ ଖାଲି ଏପଟସେପଟ ପ୍ରଚାର କରୁଛି। ମୋ ନାଁକୁ ହାଇଲାଇଟ କରୁଛି। ଧାୟକ ଆହୁରି କହିଛନ୍ତି, ପଶ୍ଚିମ ଓଡ଼ିଶା ଦାୟିତ୍ୱ ବୁଝିବା ନେଇ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି। ସୁନ୍ଦରଗଡ଼ ଛାଡ଼ି ୯ ଜିଲ୍ଲା ବୁଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..