ରିପୋର୍ଟ କାର୍ଡ / ଖୋର୍ଦ୍ଧା
ବାଲେଶ୍ୱର ବାହାନଗା ରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା କାହାର ଭୁଲ୍ ପାଇଁ ଘଟିଲା କାରଣ ଖୋଜା ଚାଲିଥିଲା ବେଳେ ଖୋର୍ଦ୍ଧା ଡିଆରଏମ ରିଙ୍କେଶ ରାୟ ଗତକାଲି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ । ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା। ପ୍ରି କଣ୍ଡିସନ ଠିକ୍ ଥିଲେ ହିଁ ଗ୍ରୀନ ସିଗନାଲ ହୋଇଥାଏ। ଯଦି କିଛି ତ୍ରୁଟି ଥିବ,ତେବେ କେବେ ବି ଗ୍ରୀନ୍ ସିଗନାଲ ହେବ ନାହିଁ, ରେଡ୍ ଲାଇଟ ଜଳିବ । କରମଣ୍ଡଳ ଏକସପ୍ରେସ୍ ଯାଉଥିବା ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା ବୋଲି ଡାଟା ଲକ୍ରୁ ତାହା ସ୍ପଷ୍ଟ ହୋଇଛି। ଏହି କାରଣରୁ ସିଗନାଲକୁ ଫିଜିକାଲି ଟାମ୍ପିରିଂ କରାଯାଇଥିବା ସନ୍ଦେହ କରିଛନ୍ତି ଖୋର୍ଦ୍ଧା ଡିଆରଏମ୍ । ଏହି ଗଡବଡରୁ ହିଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..