ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶି ଦିଲ୍ଲୀ ପୋଲିସ ତନାଘନା ଆରମ୍ଭ କରିଛି। ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ଦୀର୍ଘ ମାସ ଆନ୍ଦୋଳନ ଚଳାଇବା ପରେ ଗତ ଶନିବାର ରାତିରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହାପରେ ଆଜି ସକାଳୁ ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶସ୍ଥିତ ଘରେ ପଶିଛି ଦିଲ୍ଲୀ ପୁଲିସ୍ । ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ପରିଚୟପତ୍ର ନାଁ ଓ ଠିକଣା ସଂଗ୍ରହ କରିଛି। ହେଲେ ପୁଲିସ୍ ଉକ୍ତ ସମୟରେ ବ୍ରିଜ ଭୂଷଣଙ୍କୁ ପଚରାଉଚରା କରିଛି ନା ନାହିଁ ତାହା ଜଣାନାହିଁ। ବ୍ରିଜ ଭୂଷଣଙ୍କ ବହୁ ସମର୍ଥକଙ୍କୁ ବି ପୁଲିସ୍ ପଚରାଉଚରା କରିଥିବା ଜଣାଯାଇଛି। ଏସ୍ଆଇଟଇ ଏଯାବତ ଏହି ମାମଲାରେ ୧୩୭ ଜଣଙ୍କୁ ପଚରାଉଚରା କରି ସାରିଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..