ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ସୁନ୍ଦରଗଡର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ | ଆଜି ସଞ୍ଜୟ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋଟ ୭ଟି ସ୍ଥାନରେ ଚଢାଉ ଜାରିରହିଛି । ସୁନ୍ଦରଗଡ ଏବଂ ଭଦ୍ରକରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଉଛି। ପୈତୃକ ଘର,ସରକାରୀ ଘର ଏବଂ କାର୍ଯ୍ୟାଳରେ ଚଢାଉ ଚାଲିଛି। ସୁନ୍ଦରଗଡ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ, ଲେଫ୍ରିପଡା କାର୍ଯ୍ୟାଳୟ, ସରକାରୀ ବାସଭବନ, କେନ୍ଦୁପଡାରେ ଥିବା ଭଡା ଘର, ଭଦ୍ରକରେ ଥିବା ପୈତୃକ ଘର, ଭଦ୍ରକରେ ଥିବା ଶ୍ୱଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ
ଆନ୍ଧ୍ରପ୍ରଦେଶରେ କୋଭିଡ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ…..