ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର,ଜମ୍ମୁ-କାଶ୍ମୀର,ପଞ୍ଜାବ ଓ ଚଣ୍ଡିଗଡ। ଦିଲ୍ଲୀ ସମେତ ଉତ୍ତର ଭାରତରରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଦିନ ୧ଟା ୩୦ରେ ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜର ଘରୁ ବାହାରକୁ ପଳାଇ ଆସିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୪ ରେକର୍ଡ କରାଯାଇଛି। ମିଳିଥିବା ସୂଚନାନୁଯାୟୀ, ମୋହାଲି, ପଞ୍ଚକୂଳ ସହ ଜମ୍ମୁ-କାଶ୍ମୀରର କିଶତୱାଡରୁ ୩୦ କିମି ଦକ୍ଷିଣ ପୂର୍ବରେ ୫.୪ ତିବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଛି। ସେହିପରି ପୁଞ୍ଛରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି।ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….