ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଚଏଏମ୍ ମୁଖ୍ୟ ଜିତନ ରାମ ମାଂଝି ବିଜେପି ପାଇଁ ଗୁଇନ୍ଦାଗିରି କରୁଥାଇପାରନ୍ତି।ମହାମେଣ୍ଟରୁ ଖବର ନେଇ ବିଜେପିରେ ଦେବାପାଇଁ ସେ ଗୁଇନ୍ଦାଗିରି କରୁଥିବା ଚର୍ଚ୍ଚା ହେଉଛି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି | ଏହା ମଧ୍ୟ କହିଛନ୍ତି, ଏହି କାରଣ ପାଇଁ ସେ ମାଂଝିଙ୍କ ଦଳକୁ ଜେଡିୟୁରେ ମିଶାଇବାପାଇଁ ବାଧ୍ୟ କରିଥିଲେ। ଯଦି ଜେଡିୟୁ ସହ ନମିଶିବେ ତେବେ ମହାମେଣ୍ଟ ଛାଡ଼ିବାପାଇଁ ସେ ମାଂଝିଙ୍କୁ କହିଥିଲେ। ହାମ୍ ନେତା ମାଂଝି ଅମିତ ଶାହ ଏବଂ ଅନ୍ୟ ବିଜେପି ନେତାଙ୍କ ସହ ଯୋଗାଯୋଗରେ ଥିଲେ। ସେ ମଧ୍ୟ ଜୁନ୍ ୨୩ ତାରିଖ ବିରୋଧୀ ଦଳ ବୈଠକରେ ଯୋଗଦେବାକୁ ଅପେକ୍ଷା କରିଥିଲେ। ବୈଠକରେ ଯୋଗଦେଇ ସେ ଆମର ସମସ୍ତ ରଣନୀତି ବିଜେପିକୁ ଜଣାଇଥାନ୍ତେ ବୋଲି ନୀତୀଶ ଦାବି କରିଛନ୍ତି। ନୀତୀଶ କହିଛନ୍ତି, ଏହି କାରଣ ପାଇଁ ଆମେ ତାଙ୍କୁ ତାଙ୍କ ଦଳକୁ ମହାମେଣ୍ଟରେ ମିଶାଇବାପାଇଁ କହିଥିଲୁ। କିନ୍ତୁ ସେ ମେଣ୍ଟ ଛାଡ଼ିଲେ । ଆମେ ମଧ୍ୟ ତାଙ୍କ ପୁଅଙ୍କ ଇସ୍ତଫା ଗ୍ରହଣ କରିଛୁ। ନୀତୀଶ କହିଛନ୍ତି, ଜିତନ ରାମ ମାଂଝିଙ୍କୁ ମୁଁ ବିହାରର ମୁଖ୍ୟମନ୍ତ୍ରୀ କରିଥିଲି। ଏଭଳି ସମ୍ମାନଜନକ ପଦବି ପାଇ ବି ସେ ବିଜେପି ନେତାଙ୍କୁ ଭେଟୁଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..