ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟରୁ ଖୁବ୍ଶୀଘ୍ର ୬ ଜଣ ବିଚାରପତି ଅବସର ନେବେ। ବିଚାରପତି କେଏମ୍ ଯୋସେଫ ସୁପ୍ରିମକୋର୍ଟରୁ ଅବସର ନେଇଛନ୍ତି। ତେବେ ମେ’ ୧୯ ତାରିଖ ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟଦିବସ ଥିଲା। କାରଣ ଏହାପରେ ଗ୍ରୀଷ୍ମ ଅବକାଶ ପାଇଁ କୋର୍ଟ ବନ୍ଦ ରହିଥିଲା। ଅବସର ନେବା ପୂର୍ବରୁ ଯୋସେଫ ଗତକାଲି ୨ଟି ରାୟ ଶୁଣାଇଥିଲେ। ଚଳିତ ମାସରେ ପୁଣି ୨ ଜଣ ବିଚାରପତିଙ୍କ ଅବସର ଅଛି। ଜଷ୍ଟିସ ଏ ଆର ରସ୍ତୋଗି ଏବଂ ଜଷ୍ଟିସ ଭି ରାମସୁବ୍ରମନ୍ୟନ୍ ଯଥାକ୍ରମେ ଜୁନ୍ ୧୭ ଏବଂ ଜୁନ୍ ୨୯ ତାରିଖରେ ଅବସର ନେବେ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ କଲେଜିୟମରୁ ୩ ସଦସ୍ୟଙ୍କ ଅବସର ସହ କଲେଜିୟମରେ ୩ ଜଣ ନୂଆ ସଦସ୍ୟ ସାମିଲ ହେବେ। ଜଷ୍ଟିସ ସଂଜୀବ ଖାନ୍ନା, ବି.ଆର୍ ଗଭାଇ ଏବଂ ସୁର୍ଯ୍ୟ କାନ୍ତ ସିଜେଆଇଙ୍କ ନେତୃତ୍ବାଧୀନ କଲେଜିୟମରେ ଯୋଗ ଦେବେ। କଲେଜିୟମର ଅନ୍ୟ ଜଣେ ସଦସ୍ୟ ହେଉଛନ୍ତି ଜଷ୍ଟିସ ସଂଜୟ କେ କୌଲ। ଜୁନ୍ ୩୦ ତାରିଖରୁ ସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..