ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘରୋଇ ହିଂସା ଯୋଗୁ ପୁରୁଷମାନଙ୍କ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସମସ୍ୟାକୁ ରୋକିବା ଓ ନିର୍ଯାତନାରୁ ପୁରୁଷମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଜାତୀୟ ପୁରୁଷ କମିଶନ ଗଠନ ଦାବିରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ୩ ତାରିଖ ଅର୍ଥାତ ସୋମବାର ସର୍ବୋଚ୍ଚ ଅଦାଲତରେ ଏହାର ଶୁଣାଣି ହେବ। ସୁପ୍ରିମକୋର୍ଟର ୱେବସାଇଟ ଅନୁଯାୟୀ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଦୀପକଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ପିଏଆଇଏଲର ଶୁଣାଣି କରିବେ। ଆଇନଜୀବୀ ମହେଶ କୁମାର ତିୱାରୀ ଦାଖଲ କରିଥିବା ପିଆଇଏଲଏଲରେ କହିଛନ୍ତି ଯେ ୨୦୨୧ର ଏନସିଆରବି ତଥ୍ୟ ଅନୁଯାୟୀ, ସମଗ୍ର ଦେଶରେ ମୋଟ ୧,୬୪,୦୩୩ ଜଣ ଆତ୍ମହତ୍ୟା କରିଥିଲେ। ୮୧,୦୬୩ ଜଣ ବିବାହିତ ପୁରୁଷ ଓ ୨୮,୬୮୦ ଜଣ ବିବାହିତ ମହିଳା ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ମୋଟ ୧,୧୮,୯୭୯ ଜଣ ପୁରୁଷ(୭୨%) ଓ ମୋଟ ୪୫,୦୨୬ ଜଣ ମହିଳା(୨୭%) ୨୦୨୧ରେ ଜୀବନ ହାରିଥିଲେ। ବିବାହିତ ପୁରୁଷମାନେ କରୁଥିବା ଆତ୍ମହତ୍ୟା ସମସ୍ୟାର ମୁକାବିଲା ଓ ଘରୋଇ ହିଂସାର ଶିକାର ହେଉଥିବା ଅଭିଯୋଗକୁ ଗ୍ରହଣ କରିବା ପାଇଁ ଜାତୀୟ ମାନବାଧିକାର କମିଶନଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ଅନୁରୋଧ କରିଛନ୍ତି। ଏବେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି ସୋମବାର କରିବାକୁ ରାଜି ହୋଇଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..