ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରରେ ସଂଘର୍ଷ ଯୋଗୁଁ ରାଜ୍ୟର ପରିସ୍ଥିତି ଖରାପ ହେଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ଇସ୍ତଫା ଦେଇ ପାରନ୍ତି ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣ ୩ଟା ବେଳେ ଏନ୍. ବୀରେନ୍ ସିଂହ ମଣିପୁର ରାଜ୍ୟପାଳ ଅନସୂୟା ୱିକେଙ୍କୁ ଭେଟି ଇସ୍ତଫା ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇସ୍ତଫା ଦିଅନ୍ତୁ ନଚେତ କେନ୍ଦ୍ର ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହଙ୍କୁ ବିକଳ୍ପ ଦିଆଯାଇଥିଲା। ଉପରୋକ୍ତ ରିପୋର୍ଟ ଉପରେ ପ୍ରତିକ୍ରିୟାଶୀଳ ହୋଇ ଆଜି ବହୁସଂଖ୍ୟକ ମହିଳା ମଣିପୁରର ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଏବଂ ରାଜଭବନ ବାହାରେ ସମବେତ ହୋଇ ଇସ୍ତଫା ନ ଦେବା ଲାଗି ମୁଖ୍ୟମନ୍ତ୍ରୀ ସିଂହଙ୍କୁ ଅନୁରୋଧ କରିଥିବା ଜଣାପଡିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….