Report Card Odisha

| Daily Odia News

ବ୍ୟାନ୍ ହେଲା ବିୟୁଟି ପାର୍ଲର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ତାଲିବାନ ଏକ ନୂଆ ଆଦେଶ ଜାରି କରିଛି | ଯେଉଁଥିରେ କୁହାଯାଇଛି ଯେ କାବୁଲରେ ମହିଳାଙ୍କ ବିୟୁଟି ପାର୍ଲର ଉପରେ ବ୍ୟାନ୍ ଲଗାଯାଇଛି। ତାଲିବାନର ସଦାଚାର ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଅକିଫ ମହାଜର କହିଛନ୍ତି ଯେ, ଏକ ନୂଆ ମୌଖିକ ଆଦେଶରେ କାବୁଲ ତଥା ଦେଶର ଅନ୍ୟାନ୍ୟ ପ୍ରଦେଶରେ ମହିଳା ବିୟୁଟି ସେଲୁନ୍ ଉପରେ ବ୍ୟାନ୍ ଲଗାଯାଇଛି । ତାଲିବାନ ନେତାଙ୍କ ଦ୍ୱାରା ଦିଆଯାଇଥିବା ଏହି ନୂଆ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ତାଲିବାନର ସଦାଚାର ମନ୍ତ୍ରଣାଳୟ କାବୁଲ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ଦେଇଛି ଏବଂ ମହିଳା ବିୟୁଟି ସେଲୁନର ଲାଇସେନ୍ସ ବାତିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

 

Breaking News