Report Card Odisha

| Daily Odia News

ସମ୍ପତ୍ତି ହରାଇବାରେ ଆଦାନି,ବଢ଼ାଇବାରେ ମସ୍କ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଶ୍ବର ଧନୀଙ୍କ ମଧ୍ୟରେ ନିଜ ସମ୍ପତ୍ତିକୁ ଦ୍ରୁତ ଗତିରେ ବଢ଼ାଇବାରେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଓ ମେଟା ମୁଖ୍ୟ ମାର୍କ ଜୁକରବର୍ଗ ଆଗରେ ରହିଛନ୍ତି। ବ୍ଲୁମ୍‌ବର୍ଗ ବିଲିଓନେୟାର ସୂଚୀ ଅନୁଯାୟୀ, ଧନୀମାନେ ନିଜ ସମ୍ପତ୍ତିରେ ଦୈନିକ ୧୪ ନିୟୁତ ଡଲାର ବୃଦ୍ଧି ଆଣିବାରେ ସଫଳ ହୋଇଛନ୍ତି। ୨୦୨୦ ପରେ ଏହା ହେଉଛି ସେମାନଙ୍କ ପାଇଁ ସବୁଠୁ ଭଲ ସମୟ। ବିଶ୍ବର ଶ୍ରେଷ୍ଠ ୫୦୦ ଧନୀ ନିଜ ସମ୍ପତ୍ତିରେ ୮୫,୨୦୦ କୋଟି ଡଲାର ଯୋଡ଼ିଛନ୍ତି। ଏଲନ୍ ମସ୍କ ୯୬୬୦ କୋଟି ଡଲାର ସହ ବିଶ୍ବର ଏକ ନମ୍ବର ଧନୀ ହୋଇରହିଛନ୍ତି। ଜୁକରବର୍ଗଙ୍କ ସମ୍ପତ୍ତି ୫୮୯୦ କୋଟି ଡଲାରକୁ ବୃଦ୍ଧି ପାଇଛି। ଆଲୋଚ୍ୟ ଛଅ ମାସରେ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ୬୦୨୦ କୋଟି ଡଲାର ହରାଇଛନ୍ତି। ଗତ ଜାନୁଆରି ୨୭‌ରେ ଗୋଟିଏ ଦିନରେ ସେ ୨୦୮୦ କୋଟି ଡଲାର ହରାଇଥିଲେ।

 

Breaking News