Report Card Odisha

| Daily Odia News

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ମୁଖ୍ୟ ପ୍ରଶାସକଙ୍କ ସମେତ ୪ ଙ୍କୁ ହାଇକୋର୍ଟଙ୍କ ନୋଟିସ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଜବାବ ରଖିବା ପାଇଁ ପ୍ରତିପକ୍ଷର ୪ ଜଣଙ୍କୁ ନୋଟିସ କରିଛନ୍ତି ମାନ୍ୟବର ହାଇକୋର୍ଟ। ସେମାନେ ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ଏଏସ୍ଆଇ ଡିଜି ଓ ଏଏସ୍ଆଇ ଅଧୀକ୍ଷକ। ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ଏହି ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଅଗଷ୍ଟ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଆଜି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଥିଲା। ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି। ରତ୍ନ ଭଣ୍ଡାର ଖୋଲିବା, ତା’ର ମରାମତି କରିବା ଓ ଅଳଙ୍କାର ଗଣତି ପାଇଁ ସେ ପିଟିସନ ଦାଖଲ କରିଥିଲେ। ୧୯୭୮ରେ ଯେପରି ଗଣତି ହୋଇଥିଲା ସେପରି କରିବାକୁ ଆବେଦନରେ ଦର୍ଶାଇଥିଲେ। ରାଜ୍ୟପାଳ ବା କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ରତ୍ନ ଅଳଙ୍କାର ଗଣତି ପାଇଁ ଅପିଲ୍ କରିଥିଲେ ସମୀର।  ତତ୍କାଳୀନ ପୁରୀ ଜିଲ୍ଲାପାଳ କିମ୍ବା ଅଧିକାରୀଙ୍କ ବିରୋଧ ଫୌଜଦାରୀ ମାମଲା ଦାଏର କରି ସିବିଆଇ ତଦନ୍ତ ପାଇଁ ବିଜେପି ପ୍ରାର୍ଥନା କରିଛି। ଏଥିରେ ମୁଖ୍ୟ ଶାସନ ସଚିବ, ପୁରୀ ଗଜପତି ମହାରାଜା, ଗୃହ ସଚିବ, ପୁରୀ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ସଚିବ, ପୁରୀ ଜିଲ୍ଲାପାଳ, ASI, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।

 

Breaking News