ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ତିସ୍ ହଜାରୀ କୋର୍ଟ ପରିସରରେ ଗୁଳିକାଣ୍ଡ ଘଟିଛି। ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ମିଳିଥିବା ଖବର ଅନୁସାରେ,ଆଜି ତିସ୍ ହଜାରୀ କୋର୍ଟ ପରିସରରେ ଗୁଳିକାଣ୍ଡ ନେଇ ସୂଚନା ମିଳିଥିଲା। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଏହାପରେ ଦୁଇଟି ଭିନ୍ନ ଗୋଷ୍ଠୀ ଫାଙ୍କା ଗୁଳି ଚାଳନା କରିଥିବା ଜାଣିବାକୁ ପାଇଥିଲା। ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….