ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାହୁଲ ଗାନ୍ଧିଙ୍କୁ ଲାଗିଛି ବଡ଼ ଝଟକା । ମୋଦୀ ସରରେନମ ମାମଲାରେ ରାହୁଲଙ୍କ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି । ସୁରତ କୋର୍ଟଙ୍କ ନିଷ୍ପତ୍ତିର ପୁନଃବିଚାର ପାଇଁ ରାହୁଲ ଆବେଦନ କରିଥିଲେ । ତଳ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟ କାଏମ୍ ରଖିଛନ୍ତି । ହାଇକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି ନ ମିଳିବା ଫଳରେ ଏବେ ତାଙ୍କର ସଜ୍ଜା ବଳବତ୍ତର ରହିବ । ଉଲ୍ଲେଖ ଯୋଗ୍ୟ-୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ରାଲିରେ ମୋଦୀ ସରନେମକୁ ନେଇ ରାହୁଲ ଏକ ବିବାଦୀୟ ବୟାନ ଦେଇଥିଲେ । ଉକ୍ତ ବୟାନକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ । ୪ ବର୍ଷ ପରେ ଗତ ମାର୍ଚ୍ଚ ୨୩ରେ ସୂରତର ତଳ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..