ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଜକୁ ଗୁଳି କରି ଦେଲେ ଡିଆଇଜି ବିଜୟ କୁମାର | ତାମିଲନାଡୁର କୋଏମ୍ବାଟୁର ରେଞ୍ଜର ଡିଆଇଜି ବିଜୟ କୁମାର ଆଜି ଆତ୍ମହତ୍ୟା କରିଛନ୍ତି। କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ଗୁଳି କରି ଦେଇଥିଲେ। ବିଜୟ କୁମାର ଅନେକ ଦିନ ହେବ ମାନସିକ ଚାପରେ ରହୁଥିଲେ। ରାତିରେ ତାଙ୍କୁ ନିଦ ହେଉ ନଥିଲା। ସେଥିପାଇଁ ତାଙ୍କର କାଉନସେଲିଂ କରାଯାଇଥିଲା। କିଛି ଦିନ ହେବ ତାଙ୍କ ପରିବାର ଲୋକେ ଚେନ୍ନାଇରୁ ଆସି ତାଙ୍କ ସହିତ କୋଏମ୍ପାଟୁର ସ୍ଥିତ ସରକାରୀ ବାସଭବନରେ ରହୁଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ୬ଟା ୧୫ ମିନିଟରେ ସେ ଏକ ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କରି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, ଉକ୍ତ ସର୍ଭିସ ପିସ୍ତଲଟି ତାଙ୍କର ନଥିଲା। ସେ ଏହାକୁ ତାଙ୍କ ବାସଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମଚାରୀଙ୍କ ଠାରୁ ମାଗି ନେଇଥିଲେ। ବିଜୟ କୁମାର ନିଜକୁ ଗୁଳି କରିବା ପରେ ତାଙ୍କ ସରକାରୀ ବାସଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଉପର ଅଧିକାରୀମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ପୋଲିସ ବିଜୟ କୁମାରଙ୍କ ମୃତଦେହକୁ ଜବତ କରି ହସ୍ପିଟାଲକୁ ପଠାଇଛି। ବିଜୟ କୁମାର କାହିଁକି ଅବସାଦରେ ରହୁଥିଲେ ଓ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ, ତାହା ଜଣାପଡ଼ିନି।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..