ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମାରେ ବୃଦ୍ଧି କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା କହିଛନ୍ତି। ବିଜନେସ୍ଟୁଡେ ସହ ଆଲୋଚନା କରି ସେ କହିଛନ୍ତି ଯେ ଗତବର୍ଷ ଭଳି ଚଳିତ ବର୍ଷ ସମୟ ସୀମା ବଢ଼ିବ ନାହିଁ। ତେଣୁ ନିର୍ଧାରିତ ସମୟ ଭିତରେ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ସେ ଟିକସଦାତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ତର ଭାରତରେ ପ୍ରବଳ ବର୍ଷା ଓ ବନ୍ୟା ବିତ୍ପାତ ପାଇଁ ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି ହୋଇପାରେ ବୋଲି ଆଲୋଚନା ହେଉଥିଲା। ଚଳିତ ମାସ ୩୧ ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ। ଜୁଲାଇ ୧୨ ସୁଦ୍ଧା ୧୦ କୋଟିରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇସାରିଲାଣି। ତେଣୁ ସମୟ ସୀମା ବଢ଼ାଇବାର କୌଣସି ଆବଶ୍ୟତା ନାହିଁ ବୋଲି ଶ୍ରୀ ମଲହୋତ୍ରା କହିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….