ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବର୍ଷା ଓ ବନ୍ୟା ଜଳ ପାଇଁ ଦିଲ୍ଲୀରେ ସ୍ଥିତି ଗମ୍ଭୀର ରହିଛି । ଯମୁନା ନଦୀ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ସୁଦ୍ଧା ଦିଲ୍ଲୀରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଦିଲ୍ଲୀରେ ବନ୍ୟା ପରିସ୍ଥିତିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଯମୁନା ନଦୀରେ ବନ୍ୟା ଆସିବାକୁ ନେଇ ବିଜେପିକୁ ଘେରିଛି ଆପ୍। ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆମ୍ ଆଦମୀ ଦଳର ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ଦିଲ୍ଲୀକୁ ଜାଣିଶୁଣି ବୁଡ଼ାଇ ଦିଆଯାଇଛି ଏବଂ ଏଥିପାଇଁ ବିଜେପି ଦାୟୀ। ହଥିନିକୁଣ୍ଡ ବ୍ୟାରେଜରୁ ଅଧିକ ଜଳ କେବଳ ଦିଲ୍ଲୀକୁ କାହିଁକି ପଠାଗଲା | ହଥିନିକୁଣ୍ଡ ବ୍ୟାରେଜରୁ କେବଳ ଦିଲ୍ଲୀକୁ ବର୍ଷା ଜଳ ଛଡ଼ାଯାଇଥିବା ବେଳେ ପଶ୍ଚିମ କେନାଲକୁ କୌଣସି ଜଳ ଛଡ଼ାଯାଇ ନାହିଁ। ଜାଣିଶୁଣି ଏଭଳି କରାଯାଉଛି। ସୁପ୍ରିମକୋର୍ଟ ସମେତ ଦିଲ୍ଲୀର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭବନକୁ ବୁଡ଼ାଇବାକୁ ଏଭଳି ଷଡଯନ୍ତ୍ର କରାଯାଇଛି। ହଥିନିକୁଣ୍ଡର ଲଗ୍ ବୁକରୁ ଏହା ସ୍ପଷ୍ଟ ହୋଇଛି ଯେ ଯେତେବେଳେ ଦିଲ୍ଲୀ ଆଡକୁ ବର୍ଷା ଜଳ ଛଡ଼ାଗଲା, ସେତେବେଳେ ପୂର୍ବ ପଶ୍ଚିମ କେନାଲ ଶୁଖିଲା ପଡ଼ିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଦିଲ୍ଲୀକୁ ବୁଡ଼ାଇବାକୁ ଷଡ଼ଯନ୍ତ୍ର କରାଯାଇଥିବା ନେଇ କହିଛନ୍ତି ସୌରଭ ଭରଦ୍ୱାଜ |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..