ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏନଡିଏ ବୈଠକରେ ସାମିଲ ହୋଇପାରନ୍ତି ଲୋକଜନଶକ୍ତି ପାର୍ଟିର ନେତା ଚିରାଗ ପାଶଓ୍ୱାନ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିରାଗ ପାଶଓ୍ୱାନଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏନଡିଏ ନିର୍ବାଚନକାରୀଙ୍କ ବୈଠକ ଜୁଲାଇ ୧୮ରେ ଅନୁଷ୍ଠିତ ହେବ। ଜେପି ନଡା ଏହି ବୈଠକ ସମ୍ପର୍କରେ ନିମନ୍ତ୍ରଣ ପଠାଇଛନ୍ତି। ସେ ଚିରାଗ ପାସୱାନଙ୍କୁ ଲେଖିଥିବା ଏକ ପତ୍ରରେ ଲୋକଜନଶକ୍ତି ପାର୍ଟିକୁ ନଡିଏ’ର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି। ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ ସେବା, ଉତ୍ତମ ଶାସନ ଏବଂ ଗରିବ କଲ୍ୟାଣ ଯାତ୍ରାରେ ଆପଣ ମଧ୍ୟ ଏକ ପ୍ରମୁଖ ସହଯୋଗୀ ବୋଲି ଉଲ୍ଲେଖ କରାଯାଇଛି। ଚିଠିରେ ଆହୁରି କୁହାଯାଇଛି ଯେ, ଏନଡିଏ ବୈଠକ ୧୮ ଜୁଲାଇ ୨୦୨୩ ମଙ୍ଗଳବାର ଅପରାହ୍ନ ୫ଟାରେ ନୂଆଦିଲ୍ଲୀର ହୋଟେଲ ଅଶୋକ ଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସଭାରେ ଆପଣଙ୍କୁ ଆନ୍ତରିକତାର ସହିତ ନିମନ୍ତ୍ରଣ କରାଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..