Report Card Odisha

| Daily Odia News

ହାଉସିଂ ବୋର୍ଡର ସଦସ୍ୟ ରୁଦ୍ର ମହାରଥୀ, ପ୍ରୀତମ ମେହର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ପୁର୍ନଗଠନ କରିଛନ୍ତି । ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସଦସ୍ୟ ଭାବେ ସାମିଲ ହୋଇଛନ୍ତି | ବରଗଡ଼ ଜିଲ୍ଲା ପଦମପୁରର ପ୍ରିତମ ମେହେର ଓ ଭବାନୀପାଟଣାର ଗୋବର୍ଦ୍ଧନ ଦାସଙ୍କୁ ବେସରକାରୀ ସଦସ୍ୟ ଭାବେ ସାମିଲ କରାଯାଇଛି। ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡରେ ମୋଟ ୯ଜଣଙ୍କୁ ସାମିଲ କରାଯାଇଛି । ବୋର୍ଡର ଅଧ୍ୟକ୍ଷଙ୍କ ସମେତ ଆବାହକ ସଦସ୍ୟ ଭାବେ ରାଜ୍ୟ ହାଉସିଂ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି।

Breaking News