Report Card Odisha

| Daily Odia News

ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର…..

ରିପୋର୍ଟ କାର୍ଡ / ପୁରୀ

ପୁରୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର ଖୋଲାଯାଇଛି। ଆଜିଠୁ ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ। ରବିବାରଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ପଶ୍ଚିମ ଦ୍ବାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲାପାଳ, ଆରକ୍ଷୀ ଅଧିକ୍ଷକ, ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗର ସବ କମିଟି ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ସୋମବାର ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲିଥିଲା ଏବଂ ପରିଚୟ ପତ୍ର ଦେଖାଇ ପୁରୀବାସୀ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଏହା ବ୍ୟତୀତ ସିଂହଦ୍ବାର ଦେଇ ପରିଚୟ ପତ୍ର ଦେଖାଇ ପୁରୀବାସୀ ଶ୍ରୀମନ୍ଦିରରେ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଛି।

Breaking News