ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ଦଣ୍ଡାଦେଶ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବା ପରେ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଲୋକସଭା ସଦସ୍ୟତା ଫେରି ପାଇବା ପରେ ଏବେ କେନ୍ଦ୍ରୀୟ ଦିଲ୍ଳୀ ସ୍ଥିତ ତାଙ୍କ ସରକାରୀ ବାସଭବନ ଫେରି ପାଇଛନ୍ତି ରାହୁଲ। ବାସଭବନ ମିଳିବା ପରେ ରାହୁଲ କହିଛନ୍ତି, ସାରା ଭାରତ ହେଉଛି ମୋ ଘର। ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ଲୋକସଭା ହାଉସିଂ କମିଟି ପକ୍ଷରୁ ତାଙ୍କୁ ଏପ୍ରିଲ ୨୨, ୨୦୨୩ ସୁଦ୍ଧା ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍ କରାଯାଇଥିଲା। ଏହା ପରେ ରାହୁଲ ନିଜ ବଙ୍ଗଳାରୁ ସମସ୍ତ ଜିନିଷପତ୍ର ନେଇ ବଙ୍ଗଳା ଛାଡ଼ିଥିଲେ।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..