ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ମାସ ୨୬ରେ ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ଓ ମେଟା ମୁଖ୍ୟ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ହେବ ଲଢ଼େଇ | ଏହି ତାରିଖରେ ଲଢ଼େଇ କରିବାକୁ ଜୁକରବର୍ଗ ନିଜ ଆଡ଼କୁ ମସ୍କଙ୍କୁ ଆହ୍ବାନ ଦେଇଛନ୍ତି। କିନ୍ତୁ ମସ୍କ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି ଯେ ମୋ ବେକର ଆଜି ଏମ୍ଆର୍ଆଇ ହୋଇଛି। ଦରକାର ପଡ଼ିଲେ ଅସ୍ତ୍ରୋପଚାର ହୋଇପାରେ। ତାହା ହେଲେ କିଛି ଦିନ ପର୍ଯ୍ୟନ୍ତ ଲଢ଼େଇ ହୋଇପାରିବନି। ଏହା ସହିତ ମସ୍କ ଏକଥା ମଧ୍ୟ କହିଛନ୍ତି ଯେ ଯଦି ଲଢ଼େଇ ଅଳ୍ପ ସମୟ ପାଇଁ ହେବ ତେବେ ସେ ଜିତିବା ସମ୍ଭାବନା ଅଧିକ ରହିଛି। ମସ୍କ କହିଛନ୍ତି ଯେ ମୋଟ ଓଜନ ହେଉଛି ୧୩୬ କେଜି। ତେଣୁ ଛୋଟ ଲଢ଼େଇ ମୋ ପାଇଁ ଭଲ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….