Report Card Odisha

| Daily Odia News

ନକଲି ପ୍ରମାଣପତ୍ର ମାମଲା: ଭୁବନେଶ୍ବରରୁ ଆଉ ୨ ଗିରଫ……

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ଜାତୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଯୁକ୍ତ ଦୁଇ ପ୍ରମାଣପତ୍ର ପ୍ରସ୍ତୁତ କରି ବିକ୍ରି କରିବା ମାମଲାରେ ସଦର ଥାନା ପୋଲିସ ୫ ତାରିଖରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି। ଗୁରୁବାର ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲୀପ କୁମାର ଦାସ କହିଛନ୍ତି ଯେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ କାହ୍ନୁଚରଣ ପୃଷ୍ଟିଙ୍କ ନେତୃତ୍ବରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଟକ୍ ଆଜି ଆଉ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଚୁଆଁପୁରର କାର୍ତ୍ତିକ ବେରିହା ଓ ଜଟଣୀ ଥାନା ଅଧୀନ ରାମଚନ୍ଦ୍ରପୁରର ମହମ୍ମଦ ସାଜିଦ ହୁସେନ୍‌। କାର୍ତ୍ତିକ ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବା ବେଳେ ମହମ୍ମଦ ସାଜିଦ ଭୁବନେଶ୍ବର ଏୟାରଫିଲ୍ଡ ଥାନା ହାଇଟେକ୍‌ ପ୍ଲାଜା ନିକଟ କଣ୍ଟିଲୋ-କୁହାଠାରେ ରହୁଥିଲେ। ପଚରାଉଚରାରେ, ଉଭୟ ଏଭଳି ନକଲି ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପ୍ରମାଣପତ୍ର ଶତାଧିକ ଲୋକଙ୍କୁ ଦେଇଥିବା ସ୍ବୀକାର କରିଛନ୍ତି। ମାମଲାର ତଦନ୍ତ ଜାରି ରହିଛି ଓ ଏଥିରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

Breaking News