ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୦ ଡିସେମ୍ବରରେ ୱିସ୍କନ୍ସିନ୍ର ଜଣେ ଓକିଲ ଲେଖିଥିବା ଏକ ମେମୋ ଏବେ ପଦାକୁ ଆସିଛି, ଯେଉଁଥିରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଜୋ ବାଇଡେନଙ୍କଠାରୁ ପରାଜୟକୁ ବିଜୟରେ ବଦଳାଇବା ପାଇଁ ଟ୍ରମ୍ପଙ୍କ ସମର୍ଥକମାନଙ୍କର ନକଲି ଭୋଟ୍ ମାଧ୍ୟମରେ ଯୋଜନା କରାଯାଇଥିଲା। ୬ ପୃଷ୍ଠାର ଏହି ମେମୋ ଗଣମାଧ୍ୟମ ରେ ପ୍ରକାଶ ପାଇଛି । ଗତ ସପ୍ତାହରେ ୱାସିଂଟନରେ ଟ୍ରମ୍ପଙ୍କ ଦୋଷାରୋପଣ ମାମଲାରେ ଏହି ମେମୋକୁ ‘ଜାଲ ଭୋଟର ମେମୋ’ ବୋଲି କୁହାଯାଇଥିଲା, ଯେଉଁଥିରେ ଟ୍ରମ୍ପ ୨୦୨୦ ନିର୍ବାଚନ ଫଳାଫଳକୁ ବେଆଇନ ଭାବେ ବଦଳାଇବାକୁ ଷଡ୍ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଟ୍ରମ୍ପ କିଛି ଦୋଷ କରି ନ ଥିବା ଦାବି କରିଛନ୍ତି। ୨୦୨୦ ଡିସେମ୍ବର ୬ରେ ଏହି ମେମୋ ଟ୍ରମ୍ପଙ୍କ ସମର୍ଥକ ଓକିଲ କେନେଥ ଚେସେବ୍ରୋଙ୍କ ଦ୍ୱାରା ଲେଖାଯାଇଥିଲା, ଯିଏ ଟ୍ରମ୍ପଙ୍କ ସଦ୍ୟତମ ଦୋଷାରୋପଣରେ ୬ ଜଣ ନାମହୀନ ସହ-ଷଡ୍ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ ବୋଲି ଚିହ୍ନଟ କରାଯାଇଛି। ‘ଆଭ୍ୟନ୍ତରୀଣ ତଥା ଗୋପନୀୟ’ ଭାବରେ ଚିହ୍ନିତ ଏହି ମେମୋଟି ଜେମ୍ସ ଟ୍ରୁପିସଙ୍କୁ ଲେଖାଯାଇଥିଲା, ଯିଏକି ୨୦୨୦ ଶେଷଭାଗରେ ଟ୍ରମ୍ପଙ୍କ ଓକିଲ ଭାବରେ କାର୍ଯ୍ୟ କରୁଥିଲେ ଏବଂ ୱିସ୍କନ୍ସିନ୍ ଭୋଟ୍ ଗଣତିକୁ ଚ୍ୟାଲେଞ୍ଜ କରିଥିଲେ। ଡିସେମ୍ବର ୬ର ମେମୋରେ ପ୍ରସ୍ତାବ ଦିଆଯାଇଥିଲା ଯେ, ବାଇଡେନ ଜିତିଥିବା ୬ଟି ପ୍ରମୁଖ ରାଜ୍ୟର ଟ୍ରମ୍ପଙ୍କ ସମର୍ଥକ ଭୋଟରମାନେ ଏକାଠି ହୋଇ ଟ୍ରମ୍ପଙ୍କ ପାଇଁ ଜାଲ୍ ଭୋଟ୍ ଦେବେ। ସେହି ନକଲି ଭୋଟ୍ଗୁଡ଼ିକୁ ପ୍ୟାକ୍ କରି ପ୍ରକୃତ ଭୋଟ୍ ଭାବେ ୱାସିଂଟନ ପଠାଯିବ। ଚେସେବ୍ରୋଙ୍କ ଯୋଜନା ଅନୁସାରେ ତତ୍କାଳୀନ ଉପରାଷ୍ଟ୍ରପତି ମାଇକ ପେନ୍ସ ଜାନୁଆରି ୬ କଂଗ୍ରେସ ଅଧିବେଶନରେ ଅସଲ ଭୋଟ୍କୁ ଛାଡ଼ି ଟ୍ରମ୍ପଙ୍କ ନକଲି ଭୋଟ୍ଗୁଡ଼ିକର ଗଣତି କରିଥାନ୍ତେ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……