ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ସଂସଦର କାର୍ଯ୍ୟ ଚାଲିଥିବା ବେଳେ ସେ ବିଶୃଙ୍ଖଳା ଆଚରଣ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେବା ବେଳେ ସେ ଏଥିରେ ହସ୍ତକ୍ଷେପ କରିଥିଲେ। ଏଥିପାଇଁ ବିଜେପି ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୋଟିଏ ସଂକଳ୍ପ ଆଣିଥିଲେ। ଏହାକୁ ସବୁ ସଦସ୍ୟ ସମର୍ଥନ କରିବାରୁ ଅଧୀର ରଞ୍ଜନ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ସ୍ୱାଧିକାର କମିଟି ଏ ସମ୍ପର୍କରେ ରିପୋର୍ଟ ନ ଦେବା ଯାଏ ଅଧୀର ରଞ୍ଜନ ଚୌଧୁରୀ ଲୋକସଭାକୁ ଆସି ପାରିବେ ନାହିଁ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….