ରିପୋର୍ଟ କାର୍ଡ / ଭୁବନେଶ୍ୱର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଶ୍ୱରଂଜନ କହଁରଙ୍କୁ ଗିରଫ କରାଯାଇଛି। ପୋଲିସ ଫୁଲବାଣୀ ସହରରୁ ତାଙ୍କୁ ଗିରଫ କରିଥିବା ତଦନ୍ତକାରୀ ଅଧିକାରୀ DSP ସୂଚନା ଦେଇଛନ୍ତି। ବିଶ୍ୱରଂଜନଙ୍କୁ ମିଶାଇ ଏହି ଘଟଣାରେ ମୋଟ ୨୪ ଜଣଙ୍କୁ ଗିରଫ କରାଯାଇଛି। ବିଶ୍ୱରଞ୍ଜନ ଲୋକଙ୍କୁ ଉସୁକାଇ ଏହି କାଣ୍ଡ ଭିଆଇଥିବା ନେଇ ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ, ଗତ ୫ ତାରିଖରେ ଗଞ୍ଜେଇ ଚାଲାଣରେ ପୋଲିସର ସଂପୃକ୍ତି ଅଭିଯୋଗ ଆଣି ଲୋକେ ରାସ୍ତାରୋକ କରିଥିଲେ। ଏହି ଘଟଣାରେ ଫିରିଙ୍ଗିଆ ଥାନାର ନିଲମ୍ବିତ ଆଇଆଇସି ଓ କାର୍ଯ୍ୟରୁ ଅନ୍ତର ହୋଇଥିବା ଦୁଇ କନଷ୍ଟେବଲଙ୍କ ସଂପୃକ୍ତି ଥିବା ଲୋକେ ଅଭିଯୋଗ କରିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ପରେ ଫୁଲବାଣୀ ଏସ୍ଡିପିଓ ସେମାନଙ୍କୁ ବୁଝାସୁଝା କରିବାକୁ ପହଞ୍ଚିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଠେଲାପେଲା କରିଥିଲେ। ଏସ୍ଡିପିଓଙ୍କ ସେମତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଲୋକେ ଆକ୍ରମଣ କରିଥିଲେ। ଏପରିକି ଥାନାରେ ପଶି ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଭାଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।






More Stories
ରଥଯାତ୍ରା ପାଇଁ ପରିବହନ ବିଭାଗର ନୂଆ ନିୟମ…..
ନବୀନ କରିବେ ବଡ଼ ଘୋଷଣା!…..
ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ…..