Report Card Odisha

| Daily Odia News

ଖଣି ଲିଜ୍‌ଧାରୀଙ୍କର ହେବ ସଂପତ୍ତି ବାଜ୍ୟାପ୍ତି!…..

The Supreme Court of India in New Delhi on Sept 1, 2014. The government Monday told the Supreme Court that they stood by its verdict holding allocation of coal blocks since 1993 as illegal, and was ready to auction these blocks if they are cancelled but sought exceptions for some mines which were operational.. (Photo: IANS)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବେଆଇନ ଖଣିଜ ଉତ୍ତୋଳନ କରିଥବା ଖଣି ଲିଜ୍‌ଧାରୀଙ୍କ ପାଖରୁ କ୍ଷତିପୂରଣ ବାବଦରେ ଶୀଘ୍ର ଅର୍ଥ ଆଦାୟ ପାଇଁ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ନେଇଛନ୍ତି। କ୍ଷତିପୂରଣ ବାବଦରେ ଅର୍ଥ ପୈଠ କରିନଥିବା ଲିଜ୍‌ଧାରୀଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି.ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ନି‌ର୍ଦ୍ଦେଶ ଦେଇ କହିଛନ୍ତି | ଟେଣ୍ଡର ନିୟମ ଓ ସର୍ତ୍ତରେ ଏହା ସ୍ପଷ୍ଟ କରିବାକୁ ପଡ଼ିବ ଯେ ଯେଉଁମାନଙ୍କ ଉପରେ କ୍ଷତିପୂରଣ ବକେୟା ରହିଛି ସେମାନଙ୍କର ଟେଣ୍ଡରକୁ ଗ୍ରହଣ କରାଯିବନାହିଁ। କମନ୍‌ କଜ୍‌ ବନାମ ଭାରତ ସରକାର ଓ ଅନ୍ୟ ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି ଅବସରରେ ସୋମବାର ଦିନ କୋର୍ଟ ଉପରୋକ୍ତ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଶୁଣାଣି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରା‌କେଶ ଦ୍ବିବେଦୀ କୋର୍ଟଙ୍କୁ ଜଣାଇଥିଲେ, ଏବେବି କ୍ଷତିପୂରଣ ବାଦବରେ ଖଣି ଳିଜଧାରୀଙ୍କ ପାଖରୁ ସୁଧକୁ ବାଦ ଦେଇ ୨,୬୨୨ କୋଟି ଟଙ୍କା ଆଦାୟ ହୋଇପାରିନାହିଁ। ଏହା ପରେ କୋର୍ଟ ଉପରୋକ୍ତ ନି‌ର୍ଦ୍ଦେଶ ଜାରି କରିଥିଲେ। ସେହିଭଳି ରାଜ୍ୟ ସରକାରଙ୍କ ଓକିଲ ସୁପ୍ରିମ‌କୋର୍ଟଙ୍କୁ ଅବଗତ କରାଇଥିଲେ ଯେ ଲିଜ୍‌ଧାରୀଙ୍କ ପାଖରୁ ପର୍ଯ୍ୟାପ୍ତ ମାତ୍ରାରେ କ୍ଷତିପୂରଣ ଅର୍ଥ ଆଦାୟ ହୋଇଛି। ୫ଟି କଂପାନି ପାଖରୁ ୨,୨୧୫ କୋଟି ଟଙ୍କା ଆଦାୟ ହୋଇପାରିନାହିଁ। ବ‌କେୟା କ୍ଷତିପୂରଣ ଶୀଘ୍ର ଆଦାୟ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ‌ସର୍ବୋଚ୍ଚ ନ୍ୟାୟଳୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଖିଲାପକାରୀ ଖଣି ଲିଜ୍‌ଧାରୀଙ୍କ ଲିଜ୍‌ ଅବଧି ଶେଷ ହୋଇଛି ଅଥବା ବାତିଲ୍‌ କରାଯାଇଛି। ସେମାନେ କୌଣସି ଲିଜ୍‌ର କ୍ରିୟାନ୍ବୟନ କରୁନାହାନ୍ତି କିମ୍ବା ସେମାନଙ୍କୁ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ଅନୁମତି ଦିଆଯାଉନାହିଁ। ଉଲ୍ଲେଖଯୋଗ୍ୟ- ଓଡ଼ିଶାରେ ବେଆଇନ ଭାବେ ଖଣିଜ ଉତ୍ତୋଳନ ଓ ଅନ୍ୟାନ୍ୟ ଆଇନର ଉଲଂଘନକୁ ନେଇ ସର୍ବୋଚ୍ଚ ଅଦାଲତ ୨ ଅଗଷ୍ଟ ୨୦୧୭ରେ ଲିଜ୍‌ଧାରୀଙ୍କପାଖରୁ ୧୦୦ ପ୍ରତିଶତ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Breaking News