ରିପୋର୍ଟ କାର୍ଡ / ରାଜଗାଙ୍ଗପୁର
ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ରାସ୍ତାରେ ଯାଉଥିବା ୩ ସାଧାରଣ ଲୋକ ଆହତ ହୋଇଛନ୍ତି | ସେମାଙ୍କୁ ଚିକିତ୍ସିତ ପାଇଁ ମେଡିକାଲରେ ଭର୍ତ୍ତିକରଯାଇଛି | ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ। ICICI ବ୍ୟାଙ୍କର କର୍ମଚାରୀ ଆଜି ରାଉରକେଲାସ୍ଥିତି ମୁଖ୍ୟ କାର୍ଯ୍ୟାଳୟକୁ ଟଙ୍କା ନେଉଥିଲେ। ଏହି ସମୟରେ ଟଙ୍କାକୁ ଗାଡ଼ିରେ ଲୋଡ କରାଯାଉଥିବା ବେଳେ ପାଖରେ ସୁରକ୍ଷା କର୍ମୀଜଣକ ଛିଡ଼ା ହୋଇଥିଲେ। ମାତ୍ର ହଠାତ୍ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିବାକୁ ଲାଗିଲା। ଏହି ଗୁଳିଗୁଡ଼ିକ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଠେଲା ଗାଡ଼ି ମାଲିକ, ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ବାଜିଥିଲା। ତୁରନ୍ତ ସେମାନଙ୍କୁ ରାଜରାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଶରୀରରୁ ଗୁଳି ବାହାର କରାଯାଇ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ରାଉରକେଲା ପଠାଯିବ ବୋଲି ଜଣାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି |






More Stories
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..