ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ବର ଜୋନାଲ୍ ସ୍ମାର୍ଟସିଟି ଆୱାର୍ଡ ପାଇଁ ମନୋନୀତ ହୋଇଛି । ପୂର୍ବାଞ୍ଚଳରେ ଏହା ଶ୍ରେଷ୍ଠ ସ୍ମାର୍ଟ ସିଟି ଭାବରେ ବିବେଚିତ ହୋଇଛି । ସ୍ମାର୍ଟ ସିଟି ମିଶନ ପକ୍ଷରୁ ହୋଇଥିବା ଇଣ୍ଡିଆ ସ୍ମାର୍ଟ ସିଟି ପ୍ରତିଯୋଗିତା-୨୦୨୨ରେ ଭୁବନେଶ୍ବର ଏହି ସଫଳତା ପାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ସ୍ମାର୍ଟ ସିଟି ଲିମିଟେଡକୁ ଏହି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଇନ୍ଦୋର ଦେଶର ସବୁ ସ୍ମାର୍ଟ ସିଟି ଭିତରେ ଶ୍ରେଷ୍ଠ ବିବେଚିତ ହୋଇଛି । ଖବର ଅନୁଯାୟୀ, ସ୍ମାର୍ଟସିଟି ପ୍ରକଳ୍ପ କାର୍ଯ୍ୟକାରିତାରେ ସଫଳତା, ଇନୋଭେଟିଭ୍ ପ୍ରକଳ୍ପ, ସହରର ସାମଗ୍ରିକ ବିକାଶ, ନିରାପଦ ଓ ସୁସ୍ଥ ସହର ସହ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟକାରୀ କରିବାରେ ସହରର ପ୍ରଦର୍ଶନ ଭଳି ଏକାଧିକ ମାନଦଣ୍ଡକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି । ୮୦ଟି ସ୍ମାର୍ଟ ସିଟି ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ କଣ୍ଟେଷ୍ଟର ମୋଟ ୬ଟି ବର୍ଗ ପାଇଁ ନାମାଙ୍କନ ଭରିଥିଲେ






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..