ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ସ୍ପେଶାଲକ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ। ଏହାସହ ପାୱାର ଅଫ ଆଟର୍ଣ୍ଣି ନେଇଥିବା ଦୀପକ ଅଗ୍ରୱାଲଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ। ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ଭିଜିଲାନ୍ସ ସୋମବାର ଉଭୟଙ୍କୁ ଗିରଫ କରିଛି। ୪ଟି ୧୦୦ ସିଟ ବିଶିଷ୍ଟ ଏସସି ହଷ୍ଟେଲ ପାଇଁ ଆସିଥିବା ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫକରିଥିବା ଜଣାପଡିଛି । ଭିଜିଲାନ୍ସ ତଦନ୍ତ ଆରମ୍ଭ ଦିନ ଠାରୁ ଉଭୟ ଫେରାର ଥିଲେ। ସେମାନଙ୍କ ବଲାଙ୍ଗୀର ଘରୁ ବାରମ୍ବାର ଭିଜିଲାନ୍ସ ଟିମ୍ ଫେରିଥିଲା। ଉଭୟଙ୍କୁ ରାଉରକେଲାରୁ ଗିରଫ କରି କଟକ ଆଣିଛି ଭିଜିଲାନ୍ସ। କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଉଭୟଙ୍କୁ ପଚରାଉଚରା କରାଯିବା ସହ ତଦନ୍ତ ଜାରି ରହିଛି।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..