Report Card Odisha

| Daily Odia News

ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ପୁରୀ

ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ରାହୁରେଖା ଲାଗି କରାଯିବ। ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଏହି ନୀତି ହୋଇଥାଏ | ଏଥିପାଇଁ ଅପରାହ୍ଣ ପ୍ରାୟ ୩ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜୀଉଙ୍କ ପ୍ରଥମ ଭୋଗ ମଣ୍ଡପ ନୀତି ଶେଷ ପରେ ଭିତରୁ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ରାହୁରେଖା ଲାଗି ଶେଷ ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ଏହାପରେ ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡସିଂହାର ଭୋଗ ଏବଂ ରାତ୍ର ପହୁଡ଼ ଅନୁଷ୍ଠିତ ହେବ।

Breaking News