Report Card Odisha

| Daily Odia News

ନବୀନ ଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଲେ ଜିଲ୍ଲାପାଳ……

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ପୁଣି ବିବାଦରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ | ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ଏବେ ବିବାଦକୁ ଆସିଛନ୍ତି | ଏହାକୁ ନେଇ ଭୁବନେଶ୍ୱର ସାଂସଦ ତଥା ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରି କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା | ଏହି ଅଧିକାରୀ ଜଣକ ମନେ ରଖିବା କଥା ଯେ ସବୁ ଦିନ ଋତୁ ସମାନ ରହିବ ନାହିଁ | ଅର୍ଥାତ ଅପରାଜିତା କଟାକ୍ଷ କରି କହିଛନ୍ତି ଯେ ଦିନେ ନା ଦିନେ ଋତୁ ବଦଳିବ | ଆଉ ସେତେବେଳେ କଣ ହେବ | ତେବେ ଜିଲ୍ଲାପାଳଙ୍କୁ ନେଇ ଏହି ବିବାଦ କିଛି ନୂଆ କଥା ନୁହେଁ | ଭାରତୀୟ ପ୍ରଶାସନିକ ‌ସେବା ଅଧିକାରୀ ଜଣକ ଦୀର୍ଘ ସାଢ଼େ ୫ ବର୍ଷ ହେଲା ନିଜ ଚୌକିରେ ଅଛନ୍ତି। କୌଣସି ଜିଲ୍ଲାରେ ଏକାଦିକ୍ରମେ ଏତେ ବର୍ଷ ରହିବା ସର୍ବଭାରତୀୟ ସର୍ଭିସ ରୁଲ୍‌ର ଖୋଲା ଉଲ୍ଲଂଘନ। ତଥାପି ସେ ସରକାରଙ୍କ ଗେହ୍ଲା ପୁଅ। ତାଙ୍କ ବ୍ୟାଚ୍‌ର ଆଇଏଏସ୍‌ ଭିନ୍ନ ଭିନ୍ନ ଜିଲ୍ଲାକୁ ଦୁଇ ତିନିଥର ବଦଳି ହୋଇ ସାରିଲେଣି। ହେଲେ କ୍ଷମତା କେନ୍ଦ୍ରର ଆଶୀର୍ବାଦ ଯୋଗୁଁ ଗୋଟିଏ ଜାଗାରେ ଅଛନ୍ତି ୨୦୧୨ ବ୍ୟାଚ୍‌ର ଏହି ଆଇଏଏସ୍ ଅଧିକାରୀ।ଏମିତି ନୁ​ହେଁ ଯେ, ତାଙ୍କ ବିରୋଧରେ କିଛି ଆପତ୍ତି ଅଭିଯୋଗ ଆସିନି। ଅତୀତରେ ଭଞ୍ଜସେନା ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ବଦଳି ଦାବିରେ ବିକ୍ଷୋଭ ମଧ୍ୟ ହୋଇଛି।

Breaking News