Report Card Odisha

| Daily Odia News

ସୁଖଦୁଲ ସିଂହ ହତ୍ୟା ପଛରେ ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ !…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କାନାଡାରେ ଖଲିସ୍ତାନ ଆତଙ୍କବାଦୀ ସୁଖଦୁଲ ସିଂହ ହତ୍ୟା ପଛରେ ରହିଛି ଗ୍ୟାଙ୍ଗ ଷ୍ଟର୍ ଲୋରେନ୍ସ ବିଷ୍ଣୋଇର ହାତ। ଏନେଇ ନିଜକୁ ଦାୟୀ କରିଛନ୍ତି ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍। ଭାରତ-କାନାଡା ବିବାଦ ମଧ୍ୟରେ ସାମ୍ନାକୁ ଆସିଛି ଏପରି ଚାଞ୍ଚଲ୍ୟକର ଖବର। ଏକ ପୋଷ୍ଟର ଜାରି କରି ବିଷ୍ଣୋଇ ଗ୍ୟାଙ୍ଗ୍ ଖଲିସ୍ତାନ ଆତଙ୍କବାଦୀ ସୁଖଦୁଲ ସିଂହ ହତ୍ୟା ପାଇଁ ନିଜକୁ ଦାୟୀ କରିଛି। ପୋଷ୍ଟରେ କୁହାଯାଇଛି ଯେ, ‘ସୁଖଦୁଲ ସିଂହ ଜଣେ ‘ନିଶାଖୋର ଲେକ’। ସେ ଅନେକ ଲୋକଙ୍କ ଜୀବନ ନଷ୍ଟ କରିଛି। ଶେଷରେ ତାକୁ ତା’ ପାପର ଦଣ୍ଡ ମିଳିଛି। ସୁଖଦୁଲ ସିଂହ ଓରଫ୍ ସୁଖ ଦୁନୁକେ ଗ୍ୟାଙ୍ଗଷ୍ଟର ଗୁରଲାଲ ବ୍ରାର ଏବଂ ବିକି ମିଡଖେରାଙ୍କ ହତ୍ୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।’ ଏହି ହତ୍ୟାକାଣ୍ଡ ସୁଖଦୁଲ ସିଂ ବିଦେଶରେ ଥିବାବେଳେ ଯୋଜନା କରିଥିବା ବିଷ୍ଣୋଇ ଗ୍ୟାଙ୍ଗ ପୋଷ୍ଟରରେ ଅଭିଯୋଗ କରିଛି। ଏହି ଗ୍ୟାଙ୍ଗ ଦାବି କରିଛି ଯେ, ଦବିନ୍ଦର ବମ୍ବିହାର ସଦସ୍ୟ ସୁଖଦୁଲ ସିଂହ ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ସନ୍ଦୀପ ନାଙ୍ଗଲ ଆମ୍ବିଆଙ୍କୁ ମଧ୍ୟ ହତ୍ୟା କରିଛି। ସୁଖଦୁଲ ସିଂହର ହତ୍ୟା ଅନ୍ୟମାନଙ୍କ ପାଇଁ ଚେତାବନୀ। ଶତ୍ରୁ ଯେଉଁଠି ବି ଲୁଚି ରହିଲେ ଶାନ୍ତିରେ ରହିପାରିବ ନାହିଁ ବୋଲି ବିଷ୍ଣୋଇ ଗ୍ୟାଙ୍ଗ୍ ଏକ ଧମକପୂର୍ଣ୍ଣ ପୋଷ୍ଟର ଜାରି କରିଛି।

Breaking News