ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡ଼ା ନାଗରିକଙ୍କ ପାଇଁ ଭିସା ସେବା ବାତିଲ କରିଛି ଭାରତ। କାନାଡ଼ାରେ ଖଲିସ୍ତାନୀ ବିଚ୍ଛିନତାବାଦୀ ନେତା ହତ୍ୟା ଘଟଣାକୁ ନେଇ ୨ ରାଷ୍ଟ୍ର ମଧ୍ୟରେ କୂଟନୈତିକ ବିବାଦ ଲାଗି ରହିଥିବାବେଳେ ଏହି ସମୟରେ କାନାଡ଼ା ନାଗରିକଙ୍କ ପାଇଁ ଭାରତ ଭିସା ସେବା ବାତିଲ କରାଯାଇଛି । ପରବର୍ତ୍ତୀ ନୋଟିସ୍ ହେବା ପର୍ଯ୍ୟନ୍ତ କୌଣସି କାନାଡ଼ା ନାଗରିକ ଭିସା ସେବା ପାଇପାରିବେନି। ଇଣ୍ଡିଆ ଭିସା ଆପ୍ଲିକେସନ୍ ସେଣ୍ଟର କାନାଡ଼ା ପକ୍ଷରୁ କୁହାଯାଇଛି ଯେ କିଛି ପରିଚାଳନାଗତ କାରଣ ପାଇଁ ୨୧ ସେପ୍ଟେମ୍ବର ୨୦୨୩ରୁ ଭାରତୀୟ ଭିସା ସେବା ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ବନ୍ଦ କରାଯାଉଛି। ଅଧିକ ବିବରଣୀ ପାଇଁ ବିଏଲଏଓ ୱେବସାଇଟ୍ ଚେକ୍ କରିବାପାଇଁ କୁହାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….