ରିପୋର୍ଟ କାର୍ଡ / ରାୟପୁର
୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାଥିବା ବେଳେ ଛତିଶଗଡ଼ ଓ ମିଜୋରାମ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ସହ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଜ୍ଞପ୍ତି ଜାରି ହେବା ସହ ୨୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଆସନ୍ତା ୨୦ ତାରିଖ ରହିଛି । ୨୬ ତାରିଖରେ ପ୍ରାର୍ଥିପତ୍ର ଗୁଡ଼ିକୁ ଯାଞ୍ଚ କରାଯିବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ ୨୩ ତାରିଖ ରହିଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ଅବସ୍ଥିତ। ଛତିଶଗଡ଼ର ମୋଟ୍ ୯୦ଟି ବିଧାନସଭା ଆସନ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ଅବଶିଷ୍ଟ ୭୦ଟି ନିର୍ବାଚନ ମଣ୍ଡଳୀ ପାଇଁ ୨୧ ତାରିଖରେ ବିଜ୍ଞପ୍ତି ଜାରି ହେବ । ଆସନ୍ତା ୭ ଓ ୧୭ ତାରିଖରେ ଦୁଇଟି ପର୍ଯ୍ୟାୟ ଏଠାରେ ମତଦାନ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଆଜି ମଧ୍ୟ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ମିଜୋରାମର ମୋଟ୍ ୪୦ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଆସନ୍ତା ୭ ତାରିଖରେ ମତଦାନ ଅନୁଷ୍ଠିତ ହେବ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……