Report Card Odisha

| Daily Odia News

୧୧ ରାଜ୍ୟରେ ସିବିଆଇ ଚଢ଼ଉ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ସାଇବର ଅପରାଧକୁ ଦମନ କରିବା ପାଇଁ ସିବିଆଇ ପକ୍ଷରୁ ବଡ ଧରଣର ଅଭିଯାନ ଆରମ୍ଭ ହୋଇଛି। ଗୁରୁବାର ସିବିଆଇ ପକ୍ଷରୁ ହୋଇଥିବା ଅଭିଯାନର ନାମ ରଖାଯାଇଛି ‘ଚକ୍ର-୨’। ଏହି ଚକ୍ର-୨ ଅଭିଯାନରେ ୧୧ଟି ରାଜ୍ୟର ୭୬ଟି ସ୍ଥାନରେ ଚଢଉ କରାଯାଇଛି। ଅଭିଯାନରେ ବିଭିନ୍ନ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସିର ଅଧିକାରୀ ଏବଂ ଘରୋଇ କମ୍ପାନୀର ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ହରିୟାଣା, କେରଳ, ତାମିଲନାଡୁ, ପଞ୍ଜାବ, ବିହାର, ଦିଲ୍ଲୀ, ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶରେ ଏହି ଚଢଉ କରାଯାଇଛି। ଚଢଉ ସମୟରେ ସିବିଆଇ ପକ୍ଷରୁ ୩୨ଟି ମୋବାଇଲ ଫୋନ, ୪୮ଟି ଲାପଟପ/ହାର୍ଡଡିସ୍କ, ୩୩ଟି ସିମ୍ କାର୍ଡ ଓ ପେନ ଡ୍ରାଇବ ଜବତ କରାଯାଇଛି। ଏହା ସହିତ ବହୁ ସଂଖ୍ୟକ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି। ମାଇକ୍ରୋସଫ୍ଟ, ଆମାଜନ ପକ୍ଷରୁ ଦୁଇଟି ଠକେଇ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ ଅନଲାଇନ ଟେକ୍ନୋଲୋଜି ଟ୍ରେଡିଂ ପ୍ଲାଟଫର୍ମ ଖୋଲି ସାଇବର ଅପରାଧୀମାନେ ଭାରତୀୟମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ଏପରି କି ଭାରତୀୟ ନାଗରିକଙ୍କ ଠାରୁ ୧୦୦କୋଟି ଟଙ୍କା ଲୁଟ ହୋଇଛି। ଆଜିର ଚଢଉରେ ସିବିଆଇ ସହିତ ଆମେରିକାର ଏଫବିଆଇ, ଇଣ୍ଟରପୋଲର ସାଇବର କ୍ରାଇମ ଡାଇକ୍ଟୋରେଟ୍‌, ଆଇଏଫସିଏସିସି, ବ୍ରିଟେନର ନ୍ୟାସନାଲ କ୍ରାଇମ୍ ଏଜେନ୍ସି (ଏନସିଏ), ସିଙ୍ଗାପୁର ପୁଲିସ, ଜର୍ମାନୀର ବିକେଏର ଅଧିକାରୀମାନେ ସାମିଲ ହୋଇଥିଲେ।

Breaking News