ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବର୍ତ୍ତନ ନିର୍ଦେଶାଳୟ ରାଜସ୍ଥାନର ପୂର୍ବତନ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ଓ କଂଗ୍ରେସ ବିଧାୟକ ଓମ୍ ପ୍ରକାଶ ହୁଡ୍ଲାଙ୍କ ୧୧ଟି ସ୍ଥାନରେ ଚଢ଼ଉ ଜାରି କରୁଛି। ଉଭୟ କଂଗ୍ରେସ ନେତାଙ୍କ ବାସଭବନ ଓ ସମେତ ଜୟପୁର, ଦୌସା ଓ ସିକରରେ ତଲାସ ଜାରି ରହିଛି। ସୂଚନାଯୋଗ୍ୟ, ‘ପ୍ରଶ୍ନପତ୍ର ଲିକ୍’ ମାମଲାରେ ‘ରାଜସ୍ଥାନ ପବ୍ଲିକ୍ ସର୍ଭିସ୍ କମିସନ୍’ର ପୂର୍ବତନ ସଦସ୍ୟ ବାବୁଲାଲ୍ କଟାରା ଓ ଅନୀଲ କୁମାର ମୀନା ନାମରେ ଆଉ ଜଣେ ବ୍ୟକ୍ତିଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା। ଏହି ମାମଲା ତଦନ୍ତର ଅଂଶବିଶେଷ ଭାବେ ଜୁନ୍ ମାସରେ ମଧ୍ୟ ଇଡି ରାଜସ୍ଥାନର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଉଲ୍ଲେଖ ଯୋଗ୍ୟ- ଗତବର୍ଷ ଡିସେମ୍ବର ମାସରେ ‘ଗ୍ରେଡ୍ ୨ ଟିଚର୍ କମ୍ପିଟିଟିଭ୍ ଏକ୍ଜାମିନେସନ୍ ୨୦୨୨’ ପ୍ରଶ୍ନପତ୍ର ଲିକ୍ ମାମଲାରେ ଆର୍ଥିକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଧାରରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ କରୁଛି। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କଠାରୁ ୮ରୁ ୧୦ ଲକ୍ଷ ଲେଖାଏଁ ଟଙ୍କା ନିଆଯାଇ ସେମାନଙ୍କୁ ଆଗୁଆ ପ୍ରଶ୍ନପତ୍ର ଦିଆଯାଇଛି ବୋଲି ଇଡି ତଦନ୍ତରୁ ଜଣାପଡ଼ିଛି। ସେହିପରି- ଫରେନ୍ ଏକ୍ସଚେଞ୍ଜ୍ ଉଲ୍ଲଂଘନ ମାମଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ଙ୍କ ପୁଅ ବୈଭବ ଗେହ୍ଲଟ୍ଙ୍କୁ ସମନ୍ ଜାରି କରିଛି। ଅକ୍ଟୋବର ୨୭ ତାରିଖ ଦିନ ହାଜର ହେବା ପାଇଁ ‘ଫରେନ୍ ଏକ୍ସଚେଞ୍ଜ୍ ମ୍ୟାନେଜ୍ମେଣ୍ଟ୍ ଆକ୍ଟ୍, ୧୯୯୯’ ନିୟମାନୁସାରେ ବୈଭବ ଗେହ୍ଲେଟ୍ଙ୍କୁ ସମନ୍ ଦିଆଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଉପରୋକ୍ତ ସମସ୍ତ ଘଟଣା ସଂକ୍ରାନ୍ତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଇବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ କହିଛନ୍ତି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……