ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହସ୍ପିଟାଲରେ ପିଲାଙ୍କୁ ଦିଆଯାଇଛି ଏଚଆଇଭି ସଂକ୍ରମିତ ରକ୍ତ। ଉତ୍ତରପ୍ରଦେଶ କାନପୁରରର ଏକ ହସ୍ପିଟାଲରେ ଥାଲାସେମିଆରେ ଆକ୍ରାନ୍ତ ୧୪ ଜଣ ପିଲାଙ୍କୁ ସଂକ୍ରମିତ ରକ୍ତ ଦିଆଯାଇଛି । ରକ୍ତ ଦେବା ପରେ ୧୨ ଜଣ ହେପାଟାଇଟିସ ଏବଂ ୨ ଜଣ ଏଚଆଇଭିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଘଟଣାଟି କାନପୁରର ଲାଲା ଲଜପତ ରାୟ ହସ୍ପିଟାଲରେ ଘଟିଛି। ଶିଶୁ ରୋଗ ବିଭାଗ ମୁଖ୍ୟ ଡାକ୍ତର ଅରୁଣ କୁମାର ଆର୍ଯ୍ୟଙ୍କ କହିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଡା. ଆର୍ଯ୍ୟଙ୍କ ଅନୁସାରେ, ୪ ଦିନ ତଳେ ହସ୍ପିଟାଲରେ ଥାଲାସେମିଆରେ ଆକ୍ରାନ୍ତ ୧୮୦ ଜଣ ପିଲାଙ୍କର ସ୍କ୍ରିନିଂ କରାଯାଇଥିଲା । ପରୀକ୍ଷା ସମୟରେ ୧୨ ଜଣ ହେପାଟାଇଟିସ ଏହଂ ୨ ଜଣ ଏଚଆଇଭି ପଜିଟିଭ ବୋଲି ଜଣାପଡିଥିଲା। ଏହି ପିଲାମାନଙ୍କର ବୟସ ୬ରୁ ୧୬ ବର୍ଷ ମଧ୍ୟରେ ଥିବା ଡା. ଆର୍ଯ୍ୟ କହିଛନ୍ତି। ତେବେ ମେଡିକାଲ କଲେଜର ଅଧ୍ୟକ୍ଷ ସଞ୍ଜୟ କାଲା ଡା.ଆର୍ଯ୍ୟଙ୍କର ଏହି ଦାବିକୁ ଖଣ୍ଡନ କରିବା ସହ ଗୁଜବ କରାଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣା ଜାଣିବା ପରେ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।






More Stories
ପୁଣିଥରେ ହେବ ମତଦାନ…..
ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା…..
ଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…..