ରିପୋର୍ଟ କାର୍ଡ / ବାଲେଶ୍ଵର
ବିକ୍ରି ହେଲା ବାଲେଶ୍ୱର ବିର୍ଲା ଟାୟାର୍ସ କଂପାନୀ। ଦୀର୍ଘ ୩୩ ବର୍ଷ ତଳେ ବାଲେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଏହି ଟାୟାର କଂପାନୀ ଗତ ୪ବର୍ଷ ଧରି ବନ୍ଦଥିଲା । ୨୦୧୯ ମସିହାରୁ କର୍ମଚାରୀଙ୍କୁ ଦରମା ଦେଉନଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ହିମାଦ୍ରି ସ୍ପେଶାଲିଟି କେମିକାଲ୍ ଲିମିଟେଡ୍ ନାମକ ଏକ କଂପାନୀ ଅଧିଗ୍ରହଣ କରିଛି। ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ବାଲେଶ୍ୱର ଜିଲ୍ଲାପାଳ, ପୂର୍ବାଞ୍ଚଳ ଆଇଜି ଓ ବାଲେଶ୍ୱର ଏସପିଙ୍କ ଉପସ୍ଥିତିରେ ଉଭୟ ସଂସ୍ଥା ମଧ୍ୟରେ ଏହି ମାଲିକାନା ହସ୍ତାନ୍ତର ହୋଇଛି। କର୍ମଚାରୀଙ୍କ ବକେୟା ଦରମାକୁ ନେଇ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲରେ ମାମଲା ଚାଲୁଥିଲା। ଗତ ୧୯ ତାରିଖରେ ଏହାର ସମାଧାନ ପରେ ହିମାଦ୍ରୀ କେମିକାଲ ବିକେ ବିର୍ଲାର ବକେୟା ଋଣ ବାବଦରେ ୧୧ ଶହ କୋଟି ଟଙ୍କା ଗୋଟିଏ କିସ୍ତିରେ ଦିଆଯାଇଥିଲା। ବିର୍ଲା ଟାୟାର୍ସର ୮ଶହ କର୍ମଚାରୀ ୨୮ ପ୍ରତିଶତ ବକେୟା ଦରମା ପାଇଥିଲେ।






More Stories
ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..
ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!….
ମାଗଣା ମିଳିବ ସ୍କୁଲ୍ ବ୍ୟାଗ୍……