ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ତୈଳ କମ୍ପାନି ସବୁ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ୧୯ କିଲୋବିଶିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ୧୦୧.୫୦ ପଇସା ବୃଦ୍ଧି କରିଛନ୍ତି। ନୂଆ ଦର ଅନୁସାରେ ଦିଲ୍ଲୀରେ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ର ମୂଲ୍ୟ ୧୮୩୩ ଟଙ୍କା। ଗତ ମାସରେ ଦିଲ୍ଲୀରେ ପୂର୍ବରୁ ଏହାର ମୂଲ୍ୟ ଥିଲା ୧,୭୩୧ ଟଙ୍କା। ସେହିପରି, ଆଜିଠାରୁ ଏହି ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ମୁମ୍ବାଇରେ ୧,୭୮.୫୦, କୋଲ୍କାତାରେ ୧,୯୪୩ ଟଙ୍କା, ଚେନ୍ନାଇରେ ୧,୯୯୯.୫୦ରେ ବିକ୍ରୟ କରାଯିବ। ଅକ୍ଟୋବର ମାସରେ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ମୁମ୍ବାଇରେ ୧,୬୮୪, କୋଲ୍କାତାରେ ୧,୮୩୯.୫୦ ଓ ଚେନ୍ନାଇରେ ୧,୮୯୮ ଥିଲା। କିନ୍ତୁ ଘରେ ରନ୍ଧନ ଲାଗି ବ୍ୟବହୃତ ୧୪.୨ କିଲୋବିଶିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ର ମୂଲ୍ୟ ଅପରିବର୍ତ୍ତିତ ରହିଛି। ସମ୍ପ୍ରତି ଏହି ‘ଏଲ୍ପିଜି’ ସିଲିଣ୍ଡର୍ ପିଛା ୯୦୩ ଟଙ୍କାରେ ବିକ୍ରିୟ ହେଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….